ହିଞ୍ଜିଳିକାଟୁ : ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରଵିଵାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଦେଉଳବନ୍ଧ ପାର୍ଶ୍ବ କାଳିମନ୍ଦିର ଠାରେ ଓଁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ତରଫରୂ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଅଛି।। ହିଞ୍ଜିଳିକାଟୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ର ଉପସଭାପତି ବିଚିତ୍ର ମୁନି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ପଲେଈ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସଂଘ ସଭାପତି କଳାକାର ଵେହେରା ଓ ସମ୍ପାଦକ ସିମାଚଂଳ ପଣ୍ଡାଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ହିଞ୍ଜିଳି କାଳି ମନ୍ଦିର ଛକ ଠାରୁ ପରିବା ବଜାର, ବିଜୁ ପଟ୍ଟନାୟକ ଛକ, ସିନେମାହଲ ଛକ ଦେଇ ବଇଁଚବଣିଆ ଦେଇ ହିଞ୍ଜିଳି କାଳୀ ମନ୍ଦିର ପର୍ଯ୍ୟନ୍ତ ଵିଭିନ୍ନ ସ୍ଲୋଗାନ ଦେଈ, ଫ୍ଳା କାର୍ଡ ଧରି ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥୁଲେ। ହିଞ୍ଜିଳିକାଟୁ ମହାଲକ୍ଷ୍ମୀ ଷ୍ଟୋର ମାଲିକ କୁନା ମହାପାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସିନେମା ହଲ ଛକ ନିକଟରେ ଶ୍ରମିକ ମାନଙ୍କୁ ଜଳପାନ କରାଇଥିଲେ। କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରମୋଦ କୁମାର ମହାରଣା,ବୁଲୁ ସାହୁ, ଟୁଟୁ ବିଶ୍ବାସରାୟ,ଜୁଗଳ ପଣ୍ଡା, ହିମାଂଶୁ ସାଵତ, କରୁଣାକର ସାହୁ, ଜିତୁ ସାହୁ, ଶିବରାମ ଡାକୁଆ, ଦୁର୍ଗାମାଧବ ଗୌଡ, ପ୍ରମୁଖ ୫୦ ଜଣ ସଦସ୍ୟ ସହଯୋଗ କରିଥିଲେ।

