ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ, ଦଶ ଆହତ

add-all

ଦାରିଙ୍ଗବାଡ଼ି, ୧୧/୫ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି | ବ୍ରାହ୍ମଣୀଗାଁ ମେଡ଼ିକାଲ ରେ କିଛି ଆହତ ବ୍ୟକ୍ତି ଚିକିଶ୍ଚିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ଯୋଗେ କିଛି ବ୍ୟକ୍ତି ଦମାଦୁଆ ଅଭିମୁଖେ ଯାଉଥିବା ବେଳେ ପାଣିଗଣ୍ଡା ନିକଟରେ କୌଣସି କାରଣରୁ ଅଟୋଟି ପଲଟି ଯିବା ଫଳରେ ଉକ୍ତ ଅଟୋରେ ଯାତ୍ରା କରୁଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିଲେ, ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଥିବା ଚାରିଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ରେଫର କରାଯାଇଥିବା ବ୍ରାହ୍ମଣୀଗାଁ ଡାକ୍ତର ଖାନାରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.