ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

add-all

ମାଲକାନଗିରି,୧୨।୫ : ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ବାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ଯୋଗ ଦେଇଥିଲୋ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶଶିଭୁଷଣ ମହାପାତ୍ର, ଡଃ ସୁରମା ବେହେରା, ନିଳମାଧବଙ୍କ ସହ ସମସ୍ତ ନର୍ସ ଏବଂ ଏ.ଏନ୍‌.ଏମ୍‌. ମାନେ ଅଂସଗ୍ରହଣ କରିଥିଲୋ ଏହି ଅବସରରେ ନର୍ସ ମାନଙ୍କ ନିରନ୍ତର ସେବା, କୋରୋନା ସମୟରେ ଜୀବନ କୁ ବାଜି ଲଗାଇ ନିଷ୍ଟାପର ସ୍ବାସ୍ଥ୍ୟ ସେବାକୁ ଅତିଥି ମାନେ ପ୍ରଶଂସା କରିଥିଲେ । ଅତିଥିମାନଙ୍କ ପ୍ରେରଣା ଦାୟକ ଶବ୍ଦ ଆମ ସେବା ଜୀବନକୁ ସସଫଳ କରିବାରେ ସାହାଯ୍ୟ କରି ଆମେ ସମସ୍ତେ ନରସିଂ ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି । ଆମର କର୍ମମୟ ଜୀବନକୁ ରୋଗୀ ମାନଙ୍କ ସେବାରେ ନିୟୋଜିତ କରିବୁ ବୋଲି ଉପସ୍ଥିତ ନର୍ସ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.