ଛାତ ରୁ ଖସିଲା ପ୍ଲାସ୍ଟର ସିମେଣ୍ଟ, ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ…

add-all

ରାଉରକେଲା ; ବଣାଇଁ ଉପଖଣ୍ଡ ଲହୁଣୀପଡା ବ୍ଲକ ଅନ୍ତର୍ଗତ ଭୋଗରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ୫ଟି ମାଧ୍ୟମରେ କାମ ଚାଲୁ ଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ସ୍କୁଲ ଭିତର ସିମେଣ୍ଟ ପ୍ଲାଷ୍ଟର୍ ଫାଟି ଛାତରୁ ପଡିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଛାତ୍ରଛାତ୍ରୀ ମାନେ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ଭୋଗରା ସ୍କୁଲରେ ୫ଟି ମାଧ୍ୟମରେ ରୁପାୟନ କାର୍ଯ୍ୟ ହେଉଥିବା ବେଳେ କାମ ସରିନି ସ୍କୁଲ ଛାତରୁ ସିମେଣ୍ଟ ଖସି ପଡିବାରୁ ଅଳ୍ପକେ ବର୍ତି ଯାଇଥିଲେ ଛାତ୍ରଛାତ୍ରୀ ମାନେ। ତେବେ ୫ଟି କାମରେ କେତେ ସ୍ୱଛତା ଏଥିରୁ ଜଣାପଡୁଛି। ଯଦି ଆଜି କୌଣସି ଅଘଟଣ ଘଟିଥାନ୍ତ ତାହେଲେ କିଏ ଦାଇ ହୋଇଥାନ୍ତେ ବୋଲି ପ୍ରଶ୍ନ ଉଠୁଛି ।ତେବେ ଗ୍ରାମବାସୀ କହିଛନ୍ତି ବିଦ୍ୟାଳୟର କାର୍ଯ୍ୟ ସବୁ ନିମ୍ନମାନର କାମ ଯୋଗୁଁ ଏପରି ଅଘଟଣ ଘଟୁଛି। ତେଣୁ ଉଚ୍ଚ କର୍ତୃପକ୍ଷ ଦ୍ରୁଷ୍ଟି ଦେଇ କେମିତି ସ୍କୁଲରେ କାମ ହେଉଛି କାମର ସଠିକ ତଦାରଖ କରାଗଲେ ଜଣାପଡିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.