ଭରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇ ଚିକିତ୍ସା କରାଯାଉଛି। ଆହତ ମାନେ ହେଲେ ଫିରିଙ୍ଗିଆ ଥାନା ରତଙ୍ଗ ପଂଚାୟତ ସେସ୍କାଯୋଡି ଗ୍ରାମର ଶଙ୍କର ଦିଗାଲ ଓ ମାଣିଯୋଡା ଗ୍ରାମର ଗୁରୁଦେବ ମଲିକ। ସୂଚନା ଅନୁଯାୟୀ ଶଙ୍କର ଓ ଗୁରୁଦେବ କୌଣସି କାର୍ଯ୍ୟରେ ଏକ ବାଇକ(ନଂ ଓଆର ୦୨ ବିକ୍ୟୂ ୮୮୬୮)ରେ ଫୁଲବାଣୀ ଆଡକୁ ଆସୁଥିବା ବେଳେ କୁମୁରିଗୁଡା ପୋଲ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ବାଡେଇ ହୋଇ ଯାଇଥିଲା। ଉଭୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଫିରିଙ୍ଗିଆରୁ ଫେରୁଥିବା ଗୋଚ୍ଛାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ପ୍ରଶାନ୍ତ କୁାମର ସାହୁ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଫୁଲବାଣୀରୁ ଆମ୍ବୁଲାନସ ଆସି ଆହତ ମାନଙ୍କୁ ନେଇ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଦୁଇ ଜଣଙ୍କ ମଧ୍ୟରୁ ବାଇକ ଚାଳକ ଗୁରୁଦେବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶଙ୍କର ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି। ସଦର ଥାନାକୁ ଖବର ଦିଆ ଯିବରେ ଏସଆଇ ଯୁଗଳ କିଶୋର ନାୟକ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିିକୁ ଜବତ କରିଛନ୍ତି।

ad-week
Leave A Reply

Your email address will not be published.