କନ୍ଧମାଳ ଜିଲ୍ଲାର ପାରମ୍ପରିକ ବଲାଣି ଯାତ୍ରା ଆୟୋଜିତ

add-all


ବାଲିଗୁଡା : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରା ଆଜିର ଆଧୁନିକ ଯୁଗର ପିଲାରୁ ବୁଢା ମାନି ଆସୁଥିବାର ଯାତ୍ରା ବଲାଣି ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକ ମାସଧରି ଚାଲେ ଗାଁ ଠାରୁ ସହର ଭିତରେ ଏହି ବଲାଣି ଯାତ୍ରା। ପ୍ରତ୍ୟେକ ସପ୍ତାହର ମଙ୍ଗଳବାରରେ ଅନୁଷ୍ଠିତ ହୁଏ ଏହି ବଲାଣିଯାତ୍ରା। ଡଙ୍ଗର ଦେବତା ଠାରୁ ଆରମ୍ଭକରି ଅଞ୍ଚଳର ଇଷ୍ଠଦେଵୀ ଓ ଠାକୁରାଣୀ କୁ ପୂଜନକରି ପାଳିତ ହୁଏ ଏହି ଯାତ୍ରା। ଗାଁ ଠୁ ସହର ଯେଉଁ ଗଳିରେ ଯାତାୟାତ କମରୁହ ସେହି ଗଳିରାସ୍ତାରେ ଅନୁଷ୍ଠିତ ହୁଏ ଏହି ମେଲାଣି। ଗାଁ ଠାରୁ ସହରରେ ହୁଏ ପଶୁଙ୍କୁ ଫାଟୁଆ ଭଳିରୋଗ ଓ ମଣିଷକୁ ହୁଏ ବସନ୍ତ ଓ କୁଢିଆ ଭଳି ଚର୍ମରୋଗ । ଏହି ସମୟରେ ହେବାକୁଥିବା ଚର୍ମରୋଗରୁ ଅଞ୍ଚଳର ଓ ଗ୍ରାମବାସୀ ମୁକ୍ତି ପାଇବା ନେଇ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା। ଏହି ଯାତ୍ରାରେ ମହୁଲିମଦ, ଅଣ୍ଡା, କୁକୁଡା, ଛେଳି, ଲିଆ, ମୁଆଁ, ଧୂପ, ଦୀପ,ଅରୁଆ ଚାଉଳ,ହଳଦୀ ଭଳି ବିଭିନ୍ନ ସାମଗ୍ରିକୁ ବ୍ୟବହାର କରି ଗ୍ରାମଦେବୀର ପୂଜକ ସାଙ୍ଗରେ ସାହିଭାଇ ମିଶି ପୂଜାର୍ଚ୍ଚନା ସହ ବଳିପୂଜାକରି ସନ୍ତୁଷ୍ଟ କରି ନିରୋଗି କାମନା କରି ବିଶ୍ବାସ ଆଣି ଚାଲୁଥିବାର ଯାତ୍ରା ବଲାଣି ଯାତ୍ରା ୭୫ ଦଶନ୍ଧିର କମ୍ୟୁଟର ଯୁଗରେ ବି ଏଭିଳି ବିଶ୍ବାସ ଓ ପରମ୍ପରାର ଯାତ୍ରା ଆଜି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିବିତ ଥିବାରୁ ଏହାକୁ ସମସ୍ତେ ବିଶ୍ୱାସ କରନ୍ତି ବୋଲି ବାଲିଗୁଡା ବଲାଣୀ ଯାତ୍ରାର ପୂଜକ ଗୁରୁଦେବ ପୂଜାରୀ ଓ ବାଲିଗୁଡା ଭଗାମୁଣ୍ଡାର ଜଣେ ଭକ୍ତ ରୁବି ମଲ୍ଲିକ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.