
ବ୍ରହ୍ମପୁର (୧୭/୦୫) : ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ଓ ହିନ୍ଦ୍ ମଜଦୂର ଓ କର୍ମଚାରୀ ସଂଘ ଆନୁକୂଲ୍ୟରେ ବରିଷ୍ଠ ଅଧିବକ୍ତା ଡ଼. ନିରଂଜନ ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ଶଙ୍କର ପୁର ସାହି ସ୍ଥିତ ବାବା ଶ୍ରୀ ଶ୍ରୀ ସକଲେଶ୍ୱର୍ ମହାଦେବ ମନ୍ଦିର ପରିସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ସମ୍ପାଦକ ପଦ୍ମଚରଣ ନାୟକ ପୂର୍ବ କାର୍ଯ୍ୟକ୍ରମ ଉପରେ ବିବରଣୀ ପଠନ କରିଥିଲେ।ଡ଼, ନିରଞ୍ଜନ ପାଣିଗ୍ରାହୀ,ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବିଜୟ ଭାସ୍କର ଵାଙ୍ଗାରି, ବଦ୍ରି ପ୍ରସାଦ ପାତ୍ର, ନରସିଂହ ଡାକୁଆ, ଚିତ୍ତରଞ୍ଜନ ସାମଲ ପ୍ରମୁଖ କୁଶଳୀ ଅଣକୁଶଳୀ ଶ୍ରମିକଙ୍କ ପରିଚୟ ପତ୍ର ପ୍ରଦାନ ରେ ଅବହେଳା , ବଡ଼ମେଡ଼ିକାଲ ଓ ସିଟି ହସ୍ପିଟାଲ ରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ରେ ଅବହେଳା ଆଦି ଉପରେ ଆଲୋଚନା କରି ବିକ୍ଷୁବ୍ଧ ପ୍ରକାଶ କରି ଥିଲେ। ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସତ୍ତ୍ୱେ ମେଡିକାଲ ରେ ଜନ ସାଧାରଣ ଚିକିତ୍ସା, ବ୍ୟବହାର ଓ ପରୋକ୍ଷ ଭାବରେ ଘାରୋଇ କ୍ଲିନିକ କୁ ରୋଗୀ ଙ୍କୁ ପଠାଇବା ଉପରେ କ୍ଷୋଭ ପ୍ରକଟ କରାଯାଇଥିଲା । ସରକାର ତୁରନ୍ତ ଏ ହାର ସମାଧାନ ନ କଲେ ଆନ୍ଦୋଳନ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। ତତ୍ ସହ ବ୍ରହ୍ମପୁର ସହରର ପ୍ରତି ୱାର୍ଡରେ ଦୁଇ ଜଣ ଯୁବକ ଙ୍କୁ ଚୟନ କରାଯାଇ ହସ୍ପିଟାଲ୍, ଥାନା, ଲେବର ଅଫିସ ଆଦି ରେ ସେମାନଙ୍କୁ ସ୍ବେଛାକୃତ ଭାବେ ନିୟୋଜିତ କରିବା ସହ ନିରୀହ ଲୋକଙ୍କୁ ଉପଯୁକ୍ତ ସହଯୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏ ହି କାର୍ଯ୍ୟକ୍ରମରେ ଶଙ୍କର ପ୍ରସାଦ ପଣ୍ଡା, ରଞ୍ଜିତ କୁମାର ପଣ୍ଡା, ବିଜୟ କୁମାର୍ ଗଉଡ, ସମ୍ବାରୁ ସେଠୀ, ଅଶୋକ କୁମାର ପାତ୍ର, ବୃନ୍ଦାବନ ବେହେରା, ମନୋଜ କୁମାର ବେହେରା, ଦିଲିପ ଦାଶ ପ୍ରମୁଖ ସହଯୋଗ କରିଥଲେ। ଶେଷରେ ବିଜୟ ଭାସ୍କର ବାଂଗାରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।