ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୨୧ ଲିଟର ବିଦେଶୀ ମଦ ଜବତ ଜଣେ ଅଭିଯୁକ୍ତ ଗିରଫ…

add-all


ଚିତ୍ରକୋଣ୍ଡା :-ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଓଡିଶା ଅବକାରୀ ଆଇନ ଧାରା ୫୨ ଅନୁଯାଇ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଖବର ପାଇଁ ଚିତ୍ରକୋଣ୍ଡା ସ୍ଥିତ ଢ଼େପସାହି ଘରେ ଚୋରା ଭାବରେ ଫରେନ ଲିକର ବିକ୍ରି କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରି ୨୧ ଲିଟର ୭୫ ଗ୍ରାମ ବିଦେଶୀ ମଦ ଜବତ କରିବା ସହ ଘଟଣା ସ୍ଥଳରୁ ମଦ ବିକ୍ରି କରୁଥିବା ଜଣେ ଅଭିଯୁକ୍ତ ରାକେଶ ସିଙ୍ଗ,ପିତା -ଅଖିଳେଶ୍ୱର ସିଙ୍ଗ,ବୟସ-୩୪ ଙ୍କୁ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରି ଏକ ମାମଲା ରୁଜୁ କରି ଥାନା କେଶ ନମ୍ବର ୬୧/୨୦୨୨ ଅନୁଯାୟୀ ଗତକାଲି ଅଭିଯୁକ୍ତ ରାକେଶ ସିଙ୍ଗକୁ କୋର୍ଟ ଚାଲାଣ କରାଯାଇଛି l

ad-week
Leave A Reply

Your email address will not be published.