ବିଜୁଳି ଆଘାତ ରେ ତିନି ଗୋରୁଙ୍କ ମୃତ୍ୟୁ…

add-all


ଚିତ୍ରକୋଣ୍ଡା:- ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଂଚଳ ତଥା ପାପରମେଟେଲା ପଞ୍ଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ଭୀଷଣ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପାପରମେଟେଲା ଓ ଆଖ ପାଖ ଅଞ୍ଚଳରେ ଭୀଷଣ ବିଜୁଳି ମାରିବା ସହ ଘଡଘଡି ସହ ବର୍ଷା ହୋଇଥିଲା । ବିଜୁଳି ପ୍ରଭାବ ଏତେ ମାତ୍ରାରେ ଥିଲା ଯେଏହାର ପ୍ରଭାବରେ ପାପରମେଟେଲା ପଞ୍ଚାୟତର ରୁମା ଗ୍ରାମରେ ଗଛ ତଳେ ଶୋଇ ଥିବା ତିନୋଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଗୋରୁ ହେଲେ ରୁମା ଗ୍ରାମର ରାଜୁ ଖରାଙ୍କ ଦୁଇଟି ବଳଦ ଓ ସୀତାରାମ ଖରାଙ୍କ ଗୋଟିଏ ଗାଈ। ଏ ଖବର ଶୁଣି ରାଜୁ ଖରାଙ୍କ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିଛି। ଦୁଇ ବଳଦ ଦ୍ୱାରା ଜମି ଚାଷ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ ରାଜୁ ଖରା। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ଦେଇ ଆଉ ଦୁଇଟି ବଳଦ କେଉଁଠୁ କିଣିବେ ଓ ଆଗକୁ ବର୍ଷା ଋତୁ ଆସୁଥିବାରୁ କିପରି ଜମି ହଳ କରିବେ ଓ ପରିବାର ଚଳେଇବେ ସେ ନେଇ ଚିନ୍ତାରେ ରାଜୁ ଖରାଙ୍କ ପରିବାର। ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ରୁମା ଗ୍ରାମରେ ପହଞ୍ଚି ନାହାନ୍ତି । ରାଜୁ ଖରାଙ୍କ ପରିବାର କୁ ତୁରନ୍ତ ସରକାରୀ ସାହଯ୍ୟ ଦେବାକୁ ସାଧାରଣ ରେ ଦାବି ହେଉଛି।

ad-week
Leave A Reply

Your email address will not be published.