ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…

add-all
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ

ବ୍ରହ୍ମପୁର :ବୈଦ୍ୟନାଥପୁର ଥାନା ଅଧୀନସ୍ତ ଖୋଡାସିଙ୍ଗ ଶରଧାବାଲି ଓଭରବ୍ରିଜ ତଳେ ଗତ କାଲି ସନ୍ଧ୍ୟା ରେ କୌଣସି କାରଣ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହେଇଥିଲା, ଏଥିରେ ଆମ୍ବପୁଆ ବାଉରୀ ସାହିର ମୁରଲି ଦାସ ଙ୍କ ମଝିଆ ପୁଅ ବୁଲୁ ଦାସ ଆହତ ହେଇଥିଲେ l ତାଙ୍କ ଭାଇ
କୈଳାସ ଦାସ ବୁଲୁଙ୍କୁ ସ୍ଥାନୀୟ ବ୍ରହ୍ମପୁର ମେଡିକାଲ ନେବା ପରେ ବୈଦ୍ୟନାଥପୁର ଥାନା ରେ ଅଭିଯୁକ୍ତ କାଁହୁ ଦାସ, ମୋନଜ ଦାସ, କରନ ଦାସ, ଅରକ୍ଷିତ ଦାସ, ମଙ୍ଗୁଲୁ ଦାସ ଏବଂ ଅନିଲ ଦାସ ଙ୍କ ନାମରେ ଏକ ଏତଲା ଦେଇଥିଲେ lବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳ ରେ ପହଂଚି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କ ରେ ପଚାରା ଉଚରା କରି ବୁଝିଥିଲେ ଏବଂ ଏତେଲା କୁ ଭିତ୍ତି କରି କେଶ ନମ୍ବର 170/22 ଏକ ମାମଲା ରୁଜୁ କରାଯାଇଥିଲା l ବୈଦ୍ୟନାଥପୁର ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏସ ଆଇ ବିଭୁତି ଭୂଷଣ ସେଠି, ଏସ ଆଇ ଅଞ୍ଜଳି ବେହରା , ଏସ ଆଇ ଦୁଷ୍ମନ୍ତ ପ୍ରଧାନ ଏବଂ ତାଙ୍କ ଟିମ ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରି U/S 341/294/323/324/307/506/34 IPC ଦଫା ରେ ଆଜି କୋୖର୍ଟ ଚାଳନା କରାଯାଇଛି l

ad-week
Leave A Reply

Your email address will not be published.