ଦ୍ୱିତୀୟ ପର୍ଯ୍ୟାୟରେ ଲୋକାର୍ପଣ ହେଲା ୪୭ଗୋଟି 5ଟି ବିଦ୍ୟାଳୟ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଏମଭି୭ ଜଗନ୍ନାଥ ପଲ୍ଲି ଉଚ୍ଚ ବିଦ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲାର 5T ଉପକ୍ରମ ରେ ରୂପାନ୍ତର ହୋଇଥିବା ମୋଟ ୪୭ ଗୋଟି ବିଦ୍ୟାଳୟ ର ଆଜି ଲୋକାର୍ପଣ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ତେବେ ମାଲକାନଗିରି ବ୍ୟତୀତ ଅନ୍ୟାନ୍ୟ ଚାରିଗୋଟି ଜିଲ୍ଲା ରେ ମଧ୍ୟ 5T ଉପକ୍ରମ ରେ ରୂପାନ୍ତର ହୋଇଥିବା ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ତେବେ ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ସହିତ ଜିଲ୍ଲାପାଳ ମାଲକାନଗିରି ମଧ୍ୟ ଏହି ମଞ୍ଚରେ ଉପସ୍ଥିତ ରହିଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ର ୭ଗୋଟି ବ୍ଲକ ର ସମସ୍ତ ବିଡ଼ିଓ , ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୁୟାଁ ଙ୍କ ସହିତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.