ନିମ୍ନ ମାନର ରାସ୍ତା କାମକୁ ନେଇ ଜନ ଅସନ୍ତୋଷ : ୧କୋଟି ୨୨ଲକ୍ଷ ଟଙ୍କାର ପିଚୁ ରାସ୍ତା ବଦଳରେ ଦିଶୁଛି ମାଟି…!

newyr25

ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ

ମାଲକାନଗିରି : କିଛି ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ (RD1)ଦ୍ୱାରା ନିର୍ମିତ ଲାକଟିଗୁଡ଼ା ଠାରୁ ଗଡ଼ିଆଳି ୩.୫ କିମି ରାସ୍ତା ଯାହା କି ସୂଚନା ଫଳକା ଅନୁଯାୟୀ ୧୩.୪.୨୦୧୮ ରେ ଆରମ୍ଭ ହୋଇ ୧୨.୧.୧୯ ରେ ଶେଷ ହୋଇଥିବା ବେଳେ ବର୍ତ୍ତମାନ ନାମକୁ ମାତ୍ର କିଛି ରାସ୍ତା ରହିଛି ଏବଂ ରାସ୍ତାର ପିଚୁ ଗାଏବ ହୋଇ ମାଟି ଦିଶୁଛି। ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବାସହ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ନାରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ରାସ୍ତା ବାବଦରେ ପ୍ରାୟ ୧ କୋଟି ୨୨ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୫ ବର୍ଷ ପାଇଁ ମରାମତି ବାବଦକୁ ୧୦ ଲକ୍ଷ ଟଙ୍କା ରହିଛି। ରାସ୍ତାର ଅବସ୍ଥା ଦେଖିଲେ ୨୦, ୩୦ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇନଥିବା ମନେ ହେଉଛି । ଯଦି ଅତି ଖରାପ ରାସ୍ତା ପାଇଁ ସରକାରଙ୍କ ତରଫରୁ ପୁରସ୍କାର ଘୋଷଣା କରାଯାଏ ତାହାଲେ ଏହି ରାସ୍ତା ନିଶ୍ଚିତ ଭାବେ ପ୍ରଥମ ପୁରସ୍କାର ଲାଭ କରିବ। ଏହି ବାବଦରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ସେ ରାସ୍ତା ବାବଦରେ ସଠିକ ତଥ୍ୟ ପ୍ରଦାନ କରିନଥିଲେ। ଓଲଟି ତୁମେ କିଏ କାହିଁକି ପ୍ରଶ୍ନ କରୁଛ ରାସ୍ତା ବାବଦରେ କହିଥିଲେ । ଜାତୀୟ ରାଜପଥ କୁ ଲାଗିଥିବା ଏହି ରାସ୍ତା କିଭଳି ପ୍ରଶାସନିକ ଅଧିକାରୀ କିମ୍ଭା ସ୍ଥାନୀୟ ବିଧାୟକଙ୍କ ନଜରରେ ପଡୁନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଜନସାଧରଙ୍କ କଷ୍ଟଲବ୍ଧ ଆୟରୁ ଉନ୍ନତିକରଣ ନାମରେ ସରକାର ନେଉଥିବା ଟିକସର ଏହି ଭଳି ଦିବାଲୋକରେ ହରିଲୁଟ କୁ କିଏ ପ୍ରୋତ୍ସାହନ ଦେଉଛି ତାହାର ତଦନ୍ତ ହେବା ଆବଶ୍ୟକ । ନିମ୍ନମାନର ରାସ୍ତା କାମ କରି ଯନ୍ତ୍ରୀଂ ଓ ଠିକାଦାର ମାଲେମାଲ ହେଉଥିବା ବେଳେ ଜନସାଧରଣ ଙ୍କ ଅବସ୍ଥା ବେହାଲ ହୋଇପଡୁଛି ।

Leave A Reply

Your email address will not be published.