ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ

add-all

ଫୁଲବାଣୀ : ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖ ନିୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦା ଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି l ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ ହଲରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଶିଷ୍ଠ ସାହିତ୍ୟିକ ମେଘରାଜ ରାଜ ଭୋସଲେ, ଅନ୍ୟ ତମ ଅତିଥି ଭାବେ ମରାଠୀ ଚଳଚିତ୍ର ନିଗମର ସଭାପତି ତଥା ଭାରତ ଚଳଚ୍ଚିତ୍ର ନିଗମ ର ଉପ ସଭାପତି ଆଚାର୍ଯ୍ୟ ଟାଟାନଲଲ ସଗରା, ଅଭିନେତା ଶ୍ରୀ ଅର୍ଜୁନ ଯାଦବ, ହେମଙ୍ଗି ରlଓ, ଗାଲଡ଼ମାନ ଦାଦାସ, ଏବଂ ସମାଜସେବୀ ସ୍ନେହା ଦେଶପାଣ୍ଡେ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ବହୁ ସାହିତ୍ୟିକ, ସମାଜ ସେଵୀ ଓ ବିଶିଷ୍ଟ ଲୋକ ଉପସ୍ଥିତ ଥାଇ ଡ଼ଃ ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା l ଡ଼ଃ ମହାପାତ୍ର କନ୍ଧମାଳ ତଥା ଓଡିଶା ର ଜଣେ ଜଣାଶୁଣା ସାହିତ୍ୟିକ l
ତାଙ୍କର ବହୁ ପୁସ୍ତକ ପ୍ରକାଶିତ ତଥା ଲୋକାଦୃତ ହୋଇଛି lସେ ସ୍ଥାନୀୟ ଶିକ୍ଷା ତାଲିମ ଅନୁଷ୍ଠାନର ସହ ତାଲିମ ଅଧିକାରୀ ପେସାରେ ହୋଇଥିଲା ବେଳେ ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି l ଜିଲ୍ଲା ଲେଖକ ସାମୁଖ୍ୟ, ସମ୍ବାଦ ସାହିତ୍ୟ ଘର, ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି, ରୋଟlରୀ କ୍ଲବ ପ୍ରଭୃତିର କର୍ମ କର୍ତ୍ତା ଅଛନ୍ତି l ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବ୍ୟକ୍ତି ଶୁଭେଚ୍ଛା ଜଣାଇ ଅଛନ୍ତି l

ad-week
Leave A Reply

Your email address will not be published.