ଜୁଆ ଆଡ୍ଡାରେ ଚଢାଉ, ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ, ୫ ଗିରଫ

add-all

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ୟ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ ହେଇଯାଉ ଥିଲେ।

ଗତକାଲି ପୋଲିସର ସନ୍ଧ୍ୟା ପାଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୧୧ ଟା ରେ ଉକ୍ତ ଜାଗାରେ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଗିରଫ ଜୁଆଡିମାନେ ହେଲେ ରାଜା ଆଲିଆସ, ରାଜେଶ ସାହୁ, କାଳିଆ ପ୍ରଧାନ, ମିଲନ ପ୍ରଧାନ ଓ ମାନସ ବେହେରା, ଶିବରାମ ସିଂ। ଘଟଣା ସ୍ଥଳରୁ ପୋଲିସ ପାଂଚ ହଜାର ଚାରିସହ ଟଙ୍କା, ତାସ, ଟର୍ଚ୍ଚ ଲାଇଟ, ପେପର ପାଲ, ୪ ଟି ଖାଲି ମଦ ବୋତଲ, ସିଗାରେଟ ଓ ଡିଆସିଲ ଜବତ କରିଛି।

ଆଜି ନିରାକାରପୁର ପୋଲିସ ସେମାନଙ୍କ ନାମରେ ଗ୍ୟାମ୍ବଲିଙ୍ଗ ୩ ଓପିଜି ଦଫା ଲଗାଇ ୧୨୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.