

ବ୍ରହ୍ମପୁର :- କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଞ୍ଚଳ ରେ ଚାଲିଥିବା ଏକ ବେ ଆଇନ ନକଲି ମଦ ତିଆରି କାରଖାନା କୁ ଠାବ କରାଯାଇଥିବା ବେଳେ ଦୁଇ ଜଣ କୁ ଗିରଫ ସହ ମଦ ତିଆରି ସାମଗ୍ରୀ ଏବଂ ଗୋଟିଏ ଗାଡି ଜବତ କରିଛି ସଦର ଥାନା ପୋଲିସ l ସୂଚନା ଥାଉକି ସଦର ଥାନ ଅନ୍ତର୍ଗତ ଅଙ୍କୁଶ ପୁର ଖଣ୍ଡିଆ ସାହି ରେ ଥିବା ୧ ଘରେ ଚଢ଼ାଉ କରାଯାଇ ସେଠାରୁ ଦୁଇ ଅଭିଯୁକ୍ତ କୁ ଗିରଫ କରାଯାଇଛି ସେମାନେ ହେଲେ ହେଲେ ବଡ଼ ବଜ଼ାର ଥାନା ଅନ୍ତର୍ଗତ କାଳୁପାତ୍ର ସାହି ର ରବିଦ୍ର ସାହୁ ଏବଂ ଆସ୍କା ଥାନା ଅନ୍ତର୍ଗତ ବାବନପୁର ଗ୍ରାମ ର ଯୋଗେନ୍ଦ୍ର ସାହୁ l ଏମାନେ ଦର୍ଘ ବର୍ଷ ହେଲା ଏହି ଦୁଇ ଅଭିଯୁକ୍ତ ପୋଲିସ ର ଆଖି ରେ ଧୂଳି ଦେଇ ଏହି ଭଳି ବେପାର କରୁଥିବା ବେଳେ ଗତ କାଲି ବ୍ରହ୍ମପୁର ଏସପି ବିବେକ କୌଣସି ସୂତ୍ର ରୁ ଖବର ପାଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏବଂ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଙ୍କୁ ଉକ୍ତ ଘଟଣା ବିଷୟ ରେ କହିଥିଲେ l ଯାହାଫଳରେ ଏସଡିପିଓ ଶ୍ରୀ ମହାପାତ୍ର ଏବଂ ଥାନା ଅଧିକାରୀ ଙ୍କ ସମେତ ତାଙ୍କ ଟିମ ଉକ୍ତ ସ୍ଥାନ ରେ ଚଢ଼ାଉ କରିଥିଲେ l ସେଠାରୁ ଦୁଇଟି ୨0 ଲିଟର ସ୍ପିରିଟ ର ପ୍ଲାଷ୍ଟିକ ବୋତଲ , ସ୍ପିରିଟ ମିଶେଇ ରଖିଥିବା 5 ବକ୍ସ ମଦ କାଚ, ୧୮00 ଟା ଖାଲି ମଦ କାଚ,୩୨୯0 ଟା ମଦ କାଚ ରେ ଲଗାଇବା ପାଇଁ ଷ୍ଟିକେର, ଏବଂ ବିଭିନ୍ନ ନାମୀ ଦାମୀ କମ୍ପାନୀ ର ଖାଲି କାଞ୍ଚ ବୋତଲ ସହ ଷ୍ଟିକର ଏବଂ ଗୋଟିଏ ଟାଟା ଏସି (ODO7L 7493) ଜବତ କରି କେସ ନୁମ୍ବର 272/22 U/S 272,273,420, 34 ଆଇ ପି ସି ଓ R/w ସେକଶନ -52(A)/55/58(B) ଓଡିଶା ଅବକାରୀ ଆଇନ 2008 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି l ଏଠାରେ ଅନୁସନ୍ଧାନ ରୁ ଜଣା ପଡିଛି ଯେ ଅବକାରୀ ବିଭାଗ ଏହା ଜାଣି ଥିଲା ନା ଚେଇଁ ସୋଇଥିଲା ତାହା ସାଧାରଣ ରେ ପ୍ରଶ୍ନ ଉଙ୍କି ମାରିଛି l ସିଂଘ ଧରୁଛି ଜଣେ କ୍ଷୀର ପିଉଛି ଜଣେ ନୀତିରେ ଚାଲିଛି ଦୁନିଆ..