ବାହୁଡାରେ ଲୋକାର୍ପଣ ହେଲା ଗୀତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବେ…

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯୁବ କଣ୍ଠଶିଳ୍ପୀ ଅସିତ ନନ୍ଦଙ୍କ ଗୀତ ଗୋଟେ ଗୋଟେ ପରେ ସୁପର ହିଟ ହୋଇ ଚାଲିଛି ସମଗ୍ର ରାଜ୍ୟରେ ।ଏ ନେଇ ଚର୍ଚ୍ଚା ବଢ଼ି ଚାଲିଛି ସମଗ୍ର କନ୍ଧମାଳ ଜିଲ୍ଲାରେ। ଏବେ ଶ୍ରୀ ନନ୍ଦ ଦ୍ରୌପଦୀ ମୁର୍ମୁଙ୍କ ଗିତ ଗାଇଲେ । ଗିତଟିକୁ ସଙ୍ଗୀତ ନିର୍ଦେଶକ ତ୍ରିଶୁଳ ଭଞ୍ଜ ଦେଇଥିବା ବେଳେ ସଙ୍ଗୀତ ରେ ସଜାଇଛନ୍ତି ବା ରଚନା କରିଛନ୍ତି ବାବୁନ୍ । ଫୁଲବାଣୀ ସ୍ଥିତ ପାମି ଷ୍ଟୁଡିଓ ଠାରେ ରେକର୍ଡ଼ିଂଗ ହୋଇଛି । ସୁଜିତ ଭାଇ ପ୍ରଡ଼କ୍ସନରେ ବାହୁଡା ଅବସରରେ ଲୋକାର୍ପଣ କରାଯାଇଛି । ଗୀତଟିରେ ଦ୍ରୌପଦୀ ମୁର୍ମୁଙ୍କୁ ସୁବେତ୍ସା ଦେବା ସହ ଜଗନ୍ନାଥଙ୍କ ପାଖରେ ତାଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କାରାଯାଇଛି । ଆଗରୁ ଅସିତ୍ ନନ୍ଦଙ୍କ ଅନେକ ଭଜନ ଓ ଆଧୁନିକ ଗିତକୁ ସ୍ରୋତା ବେସ ପ୍ରଶଂସା କରିଛନ୍ତି ଏଣୁ ଏହି ଗିତ ମଧ୍ୟ ଜନ ଆଦୃତ ହେବ ବୋଲି ସେ ଆଶା ରଖିଛନ୍ତି ।

ad-week
Leave A Reply

Your email address will not be published.