
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସଦର ମହକୁମା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଅଙ୍କିତା ଭୋଇ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ନମ୍ବର ରୁ ୫୭୪ ମାର୍କ ରଖି ଜିଲ୍ଲାର ତୃତୀୟ ସ୍ଥାନରେ ରହିଛନ୍ତି l ବ୍ରାହ୍ମଣପାଦ ଅଞ୍ଚଳ ଶିକ୍ଷକ ସନ୍ତୋଷ ଭୋଇ ମା ହେଉଛନ୍ତି l ରଶ୍ମିତା ଭୋଇ ସେ ଜଣେ ଗୃହିଣୀ ମାମୁ ପୂର୍ବତନ କାଉନସିଲର ସୂର୍ଯ୍ୟ କାନ୍ତ ଦାସ ଫୁଲବାଣୀ ସହର ପିଅନ ପଡାର ଅଙ୍କିତା ଭୋଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ନିଜ ମାର୍କ ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଓ ସମସ୍ତ ଶିକ୍ଷକ ବୃନ୍ଦଙ୍କ ଚେଷ୍ଟାରେ ସେ ନିଜର ପରିଶ୍ରମ ଫଳ ମିଳିଥିବା କହିଛନ୍ତି l ଏହା ସହ ନିଜ ବାପା ମା ଓ ମାମୁ ଓ ମାଇଁ ଅଜା ଆଇ ଜେଜେ ବାପା ଜେଜେ ମା ଏବଂ ଗୁରୁଜନ ମାନଙ୍କ ଆଶୀର୍ବାଦ ର ଫଳ ଆଜି ମୋତେ ମିଳିଛି ବୋଲି କହିଛନ୍ତି ଅଙ୍କିତା ଆଗକୁ ସେ ଯୁକ୍ତ ଦୁଇରେ ବିଜ୍ଞାନ ରେ ପାଠ ପଢିବା ସହ ଭବିଷ୍ୟତରେ ଆଗକୁ ବଢ଼ିବା ନିମନ୍ତେ ଚେଷ୍ଟା କରିବି ଏବଂ ନିଜର ଲକ୍ଷ ପୂରଣ ନିମନ୍ତେ ଚେଷ୍ଟା ଜାରି ରଖିବି l