
ଫୁଲବାଣୀ:-ଜିଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଉତ୍ତମ ସଂଗଠକ ସ୍ୱର୍ଗତ ଶଶାଙ୍କ ଶେଖର ସାହୁ ତାଙ୍କ ଖଲିବେରେଣା ଫାର୍ମ ହାଉସରେ ଟ୍ରାକ୍ଟର ଓଲଟି ଅକାଳରେ ମୃତ୍ୟୁ ବରଣ କରିଛନ୍ତି।ବିଲରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିପଡିବାରୁ ଇଞ୍ଜିନ ତଳେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।ଅମର ଆତ୍ମାର ସଦଗତି ପାଇଁ ସମ୍ବଲପୁର ପର୍ଶୁରାମ ଭବନ ଠାରେ ସମାଜସେବୀ ସାଥି ମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଫୁଲବାଣୀ ମିଳିତ ନାଗରିକ କମିଟି ଆବାହକ ଅଶୋକ ପରିଡା, ସମାଜସେବୀ ମନୋଜ ପଟ୍ଟନାୟକ ,ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ତାଙ୍କ ୩୦ବର୍ଷ ସମାଜ ସେବା କାମର ସ୍ମୃତି ଚାରଣ କରିଥିଲେ।ସେ ଫୁଲବାଣୀ ର ସମାଜ ସେବା କ୍ଷେତ୍ରରେ ଜଣେ ଅଗ୍ରଦୂତ ଥିଲେ।ପିଏଜିର ପୂର୍ବତନ ଆବାହକ ତଥା ଜିଲା ବିକାଶ ପରିଷଦର ପ୍ରତିଷ୍ଠାତା ସଦସ୍ୟ ସହ ସମ୍ବଳ ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ।। ମିଳିତ ନାଗରିକ କମିଟିର ଜଣେ ସକ୍ରିୟ ସଦସ୍ୟ ଥିଲେ।ଅନ୍ୟାୟ ଦୁର୍ନୀତି ଶୋଷଣ ଓ ଚଞକତା କରୁଥିବା ବ୍ୟକ୍ତିଙ୍କର ଘୋର ବିରୋଧ କରୁଥିଲେ।କର୍ମକ୍ଷେତ୍ରରେ ତାଙ୍କର ନୀର୍ଭୀକତା , ନିଷ୍ଠାପରତା,ନୀତିଗତ ନିଷ୍ପତ୍ତି ତାଙ୍କୁ ଆଗକୁ ବଢିବାରେ ଶକ୍ତି ଯୋଗାଉଥିଲା।ଅନ୍ୟାୟ ଦୁର୍ନୀତିକୁ ନିର୍ଭୟରେ ନୀର୍ଭୀକ ଭାବେ ସମାଲୋଚନା କରି ବିରୋଧ କରୁଥିଲେ।ସେଭ ନାମରେ ସ୍ୱଛାସେବୀ ଅନୁଷ୍ଠାନ ଗଢି ଜୀବନ ଜୀବିକା, ନିଶା ନିବାରଣ ,ପ୍ରାକୃତିକ ସମ୍ପଦର ସୁପରିଚାଳନା ପାଇଁ ଜିଲ୍ଲାରେ କାର୍ଯ୍ୟ କରୁଥିଲେ।ସମ୍ବଳ ବିକାଶ ନାମରେ ସମବାୟ ସମିତିରେ ଚାରି ହଜାର ରୁଉର୍ଦ୍ଧ୍ବ ସଦସ୍ୟଙ୍କୁ ଜୀବନ ଜିବୀକା ପାଇଁ ଛୋଟ ଛୋଟ ରୁଣପ୍ରଦାନ କରି ଉଦ୍ୟୋଗୀ କରିବା କୁ ପ୍ରୟାଶ କରିଥିଲେ। ପିଏଜି ପକ୍ଷରୁ ୧୩୫ଦିନ ଗଣଧାରଣା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରି ଜିଲାରୁ ୨୨ମଦଭାଟି ହଟାଇବା ସହ କୋଟଗଡରେ ଗାଁ ଗାଁରେ ମଦଭାଟି ବନ୍ଦ କରିବାରେ ସକ୍ଷମ ହୋଇଥିଲେ।ପିଏଜିର ଆବାହକ ଥିବାବେଳେ ସଦର ମହକୁମାରେ ପାଞ୍ଚଦିନିଆ ମହୋତ୍ସବ ସଫଳତାର ସହ କରାଇଥିଲେ।ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାରେ ଓ ଜିଲା ବାହାରେ ବିପଦରେ ପଡିଥିବା ପିଡୀତଙ୍କୁ ସର୍ବଦା ସହଯୋଗର ହାତ ବଢାଉଥିଲେ।ତାଙ୍କ ଅକାଳ ମୃତ୍ୟୁ ଖବର ସହରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।ଆବାଳ ବୃଦ୍ଧବନିତା କେହି ବି ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାଁନ୍ତି ।ତାଙ୍କ ମୃତ୍ୟୁରେ ପରିବାର ସଂମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ଦୁଇ ଝିଅ, ସ୍ତ୍ରୀ ଛବିରାଣୀ ,ସାନ ଭାଇ ଟୁଲୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଖାନା ଆଣିଥିଲେ ହେଁ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜିକ କର୍ମୀ ଅମ୍ବିକା ପ୍ରସାଦ ମିଶ୍ର,ନିରୁପମା ମହାନ୍ତି, ଅନୁପମା ଦାସ ଜାଦବେଶ ମିଶ୍ର ,ଗୋବର୍ଦ୍ଧନ ,ଭବାନୀ ତ୍ରିପାଠୀ, ରିନା ସ୍ୱାଇଁ, ଯୋଗେଶ୍ୱରୀ ଧରୁଆ,ରିନା ଦ୍ୱିବେଦୀ ପ୍ରମୁଖ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।ଅମର ଆତ୍ମାର ସଦଗତ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏ ଦାରୁଣ ଦୁଃଖ ସହିବାକୁ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ।