
ଦାରିଙ୍ଗବାଡ଼ି,୧୦/୭, ମୋବାଇଲ ଦୋକାନରୁ ଚୋରି କରିବା ବେଳେ ଚୋରକୁ ଧରି ପୋଲିସରେ ଜିମା । ଚୋର ଜଣକ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ସୀମାଲକିଆ ଗ୍ରାମର ବଳରାମ ପ୍ରଧାନି(୨୨) ।
ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ବଜାରରେ ସତୀଶ ସାହୁଙ୍କ ମୋବାଇଲ ଦୋକାନରେ ଶନିବାର ଦିନ ବିଳମ୍ବିତ ରାତ୍ର ସମୟରେ ଚୋର ଜଣକ କବାଟର ତାଲାକୁ ଏକ ଲୁହା ଛଡ଼ ମାଧ୍ୟମରେ ତାଡୁଥିଲେ। ତାଡିବା ସମୟରେ ସତୀଶ ଙ୍କ ଭାଇ ଗିରିସ ଚନ୍ଦ୍ର ସାହୁ ଦୋକାନ ମଧ୍ୟରେ ସୋଇଥିବା ବେଳେ କବାଟ ତାଲା ଭାଙ୍ଗିବା ନେଇ ଶବ୍ଦ ହୋଇଥିଲା । ଏହା ଶୁଣିପାରି ପଛପଟ କବାଟରେ ବାହାରକୁ ବାହାରି ଚୋରକୁ କାବୁ କରି ଆଖପାଖ ଲୋକଙ୍କୁ ଡାକିଥିଲେ । ଏହାପରେ ମାଲିକ ଗ୍ରାମର କିଛି ଲୋକଙ୍କ ସହ ମିଶି ଚୋରକୁ ଦାରିଙ୍ଗବାଡ଼ି ପୋଲିସକୁ ଜିମା ଦେଇଥିଲେ । ଏସଆଇ ଜିତେନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚାଲୁ ରଖିଛନ୍ତି। ବଳରାମ ପ୍ରଧାନୀଙ୍କ ନାମରେ ପୂର୍ବରୁ ବାଲିଗୁଡା ଥାନାରେ ଚୋରି ମାମଲା ନଂ ୧୦୯/୨୨ ରହିଥିବା ବେଳେ ବାଲିଗୁଡା ପୋଲିସ ଦାରିଙ୍ଗବାଡ଼ି ଥାନାରୁ ବଳରାମ ପ୍ରଧାନୀଙ୍କୁ ଗିରଫ କରି ନେଇଥିଲେ ।