
ଦାରିଙ୍ଗବାଡ଼ି, (୧୦/୦୭) : କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି l ନାବାଳକଟି କେଉଁଆଡୁ ଆସି କ. ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା, ପଚାରିଲେ କିଛି ଉତ୍ତର ଦେଉନି। ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି 1098 କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକ କ. ନୂଆଗାଁ ଯାଇ ନାବାଳକ ଟିକୁ ଉଦ୍ଧାର କରି ଥିଲେ। ନାବାଳକ କିଛି କହି ପାରୁନଥିବାରୁ କେଉଁ ଅଂଚଳର, ନିଜର ନାଁ, କି ବାପାଙ୍କ ନାଁ, ଠିକଣା ଜାଣିଵା ମୁସ୍କିଲ ହୋଇପଡିଛି। ନାବାଳକକୁ ଶିଶୁ ମଂଗଳ କମିଟୀ ରେ ହାଜର କରିବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତ କେନ୍ଦୁପଦର, ଗୋପବନ୍ଧୁ ବାଳାଶ୍ରମରେ ଥଇଥାନ କରାଯାଇଛି l
ନାବାଳକର ବୟସ ପନ୍ଦର ବର୍ଷ ବୋଲି ଅନୁମାନ କରାଯାଉଛି। କେହି ସହୃଦୟ ଵ୍ୟକ୍ତି ବିଶେଷ ଯଦି ନାବାଳକ ସମ୍ପର୍କରେ ଖବର ପାଇଲେ ଚାଇଲଡ଼ ଲାଇନ, ଫୁଲବାଣୀ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।