ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

add-all

ଫୁଲବାଣୀ : ଖଜୁରୀପଡା ବ୍ଲକର ଜିଏନ ଏମ କଲେଜ ସଭାଗୃହ ଗୁଦାରି ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଜିଏନ ଏମ କଲେଜ ଗୁଦାରିର ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଏନ ଏମ କଲେଜର ଅଧକ୍ଷ ସଙ୍ଘମିତ୍ରା ସିଂ, ରଶ୍ମିତା ଜେନା ଅଧ୍ୟାପକ, ଦେବବ୍ରତ ଜେନା ଅଧ୍ୟାପକ,ଗୁଡାରି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରଶ୍ମି ରେଖା ପ୍ରଧାନ, ଯୋଶବନ୍ତୀ ଘଟାଲ, ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳ ବେହେରା, ସ୍ୱେଚ୍ଛା ସେବୀ ଚନ୍ଦ୍ରମଣି ଦେହୁରୀ, ରୀତିମା ବାଘ ପ୍ରମୁଖ ଯୋଗ ଦେଇ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କଲେଜ ଛାତ୍ରଛାତ୍ରୀ ଏବଂ ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେଇଥିଲେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ହେଲନ ଶେଖର ବେହେରା ପ୍ରଥମ, ଋତୁପୂର୍ଣ୍ଣ ।ବିଶୋଇ ଦ୍ୱିତୀୟ ଏବଂ କୁନ୍ତଳା ବେହେରା ତୃତୀୟ ହୋଇ ଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣୀ ଦେହୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।

ad-week
Leave A Reply

Your email address will not be published.