ସାଂସଦ ପ୍ରତିନିଧି ଭାବେ କୃଷ୍ଣଚନ୍ଦ୍ର ପାଳ ମନୋନୀତ

add-all

ମାଲକାନଗିରି,(୧୧।୭) : ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରା ଯାଇଛି | ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହାପରେ ଶ୍ରୀ ପାଳ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ତ୍ରିଶୁଲ ମାର୍ଡିଙ୍କ ଉପସ୍ଥିତିରେ ଉକ୍ତ ଚିଠିକୁ ପ୍ରଦାନ କରିଥିଲୋ ତେବେ ଶ୍ରୀ ପାଳ ଏଥିପୂର୍ବେ ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲୋ ଅବସର ପରେ ସେ ବିଜେଡି ଦଳରେ ସାମିଲ ହୋଇ ଜଣେ ସକ୍ରୀୟ ସଦସ୍ୟଭାବେ ନିଜର କାର୍ଯ୍ୟ ତୁଲାଇ ଆସୁଛନ୍ତିା ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ଚୟନ କରାଯାଇଛି ।

ad-week
Leave A Reply

Your email address will not be published.