ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

add-all

ମାଲକାନଗିରି,(୧୧।୭) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଉନୟନ ସଂସ୍ଥା ବୈଠକ ଗୃହଠାରେ ନୂତନ କରି ଚୟନ ହୋଇଥିବା ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମାଲକାନଗିରି, ମାଥିଲି ବ୍ଲକର ଗ୍ରାମ୍ୟ ସାଧନ କର୍ମୀ ମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ଶିବିରକୁ ମାଲକାନଗିରି ଜିଲ୍ଲାର ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ଉଦଘାଟନ କରିଥିବା ବେଳେ ଖଇରପୁଟ ବ୍ଲକ ସାମାଜିକ ସମୀକ୍ଷକ ସଂଗ୍ରାମ ମହାଲିକ, କରୁକୋଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ରାକେଶ ଦାସ, ପଡିଆ ବ୍ଲକ ସାମାଜିକ ସମୀକ୍ଷକ ଟି ମୁରଲୀ କ୍ରିଷ୍ଣା ତାଲିମ ଦେଇଥିଲେ । ଏହି ଶିବିରରେ ନରେଗା, ବାର୍ଦ୍ଧକ୍ୟ ଭତ୍ତା, ପିଡ଼ିଏସ ଭଳି ଅନେକ ଯୋଜନା ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା ।

ad-week
Leave A Reply

Your email address will not be published.