ଲଗାଣ ବର୍ଷାରେ ଯୋଗାଯୋଗ ବିଛିନ୍ନ, ଯାତାୟାତ ବାଧାପ୍ରାପ୍ତ

add-all

ମାଲକାନଗିରି (୧୧।୭) : ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷାରେ ସହ ଗତ ଚାରିଦିନ ଧରି ବର୍ଷା ଲାଗି ରହିଥିଲା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ରାସ୍ତା ଉପରେ ବର୍ଷା ଜଳ ଆସି ରାସ୍ତା ଅବରୋଧ ହୋଇଛି । ସୂଚନା ଅନୁଯାୟୀ ଆଜି ମଧ୍ୟାନ୍ନ ସମୟରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଲାଗୋଣ୍ଡା ରୁ ଏମଭି ୧୧୭ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଖବରରୁ ଜଣାଯାଇଛି ଲାଗାଣବର୍ଷା ଯୋଗୁଁ ବହୁ ବର୍ଷର ପୁରୁଣା ଗଛଟି କଲାଗୋଣ୍ଡା ଗ୍ରାମଠାରୁ ଏମଭି ୧୧୭ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଉପୁଡି ପଡିଥିଲା । ଫଳରେ ଅଞ୍ଚର ଗ୍ରାମ ବାସୀମାନଙ୍କର ଯିବା ଆସିବା ସମ୍ପୂର୍ଣ ବନ୍ଦ ହୋଇ ଯାଇଥିଲା । ଖବର ପାଇ ପଡିଆ ଅଗ୍ନିଶ୍ରମ ବାହିନୀ ଅଧିକାରୀ ବୀରେନ୍ଦ୍ର ସିଂ, ତାଙ୍କର ସହଯୋଗୀ ପ୍ରକାଶ ନାୟକ, ପ୍ରଶାନ୍ତ ମାଝୀ, ସୁଶାନ୍ତ ସାହୁ, ବିନୋଦ ବେହେରା, ଭଗବାନ ଭୂନିଆଁ, ଏବଂ ସୁଦର୍ଶନ ପ୍ରଧାନ ତୁରନ୍ତ ଘଟଣା ସ୍ଥଳେ ପହଞ୍ଚି ରାସ୍ତାରୁ ଗଛଟିକୁ କାଟି ରାସ୍ତା ସଫା କରିଥିଲେ l ପରେ ଅଞ୍ଚଳ ବାସୀ ମାନେ ଯିବା ଆସିବା ସ୍ୱଭାବିକ ହୋଇଥିବା ଦେଖିବାକୁ ମିଳିଛି l ସେହିପରି ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଘାଟିରେ ମଧ୍ୟ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହେବାରୁ ଜୟପୁର ମାଲକାନଗିରି ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । ସେହିପରି ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୩ ଫୁଟ ଉଚ୍ଚର ଜଳ ପ୍ରବାହ ଯୋଗୁଁ ଯାତାୟାତ ବନ୍ଦ ହୋଇଯାଇଛି । ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଗୋଦାବେରି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାସ୍ତା ଉପରକୁ ଜଳ ମାଡି ଆସିଥିଲା । ଫଳରେ ଆନ୍ଧ୍ର ଓ ଓଡିଶା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନିଲିପାକା ନିକଟରେ ରାସ୍ତା ଉପରେ ୩ ଫୁଟରୁ ଊର୍ଦ୍ଧ୍ଵ ଜଳ ଚାଲି ଆସିଥିଲା । ଫଳରେ ଉଭୟ ପକ୍ଷରେ ଅନେକ ଗାଡି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଏହାସହ ଜିଲ୍ଲାର କିଛି ସ୍ଥାନରେ ବର୍ଷା ପ୍ରଭାବରେ ଗଛ ପଡି ଏବଂ ବର୍ଷା ଯୋଗୁଁ ଘର ଭାଙ୍ଗିଥିବାର ସୂଚନା ମଧ୍ୟ ମିଳିଛି ।

ad-week
Leave A Reply

Your email address will not be published.