ପଞ୍ଚାୟତ ପ୍ରତିନିଧିମାନଙ୍କ ଲାଗି ଜଙ୍ଗଲ ସୁରକ୍ଷା ଅଧିକାର ଆଇନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ପର୍କରେ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା (୧୧/୦୭) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ନୂଆଗୁଡା ପଞ୍ଚାୟତ ସଭାଗୃହ ଠାରେ ଉକ୍ତ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆ ମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ ସହାୟତାରେ ନୂଆଗୁଡା ସରପଞ୍ଚ ଶଶୀ ଖିଲ ଙ୍କ ଅଧକ୍ଷତା ରେ ପୋରୋବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଲା ଙ୍କ ନେତୃତ୍ୱରେ ଏବଂ ପ୍ରକଳ୍ପର କର୍ମି ଲଷ୍ମୀ ନାୟକ, ମିନା ମାଡ଼କାମି ଓ ବିମଳା ଖିଲ ଙ୍କ ସହଯୋଗରେ ଗୋଷ୍ଠୀ ଜଙ୍ଗଲ ଜମି ପରିଚାଳନା ସମ୍ବଦ୍ଧରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଉକ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଜମିର ସୁ-ପରିଚାଳନା, ସଠିକ ବିନିଯୋଗ କରି ବର୍ଷ ତମାମ ଋତୁ ଚକ୍ର ଅନୁଯାୟୀ ଭିନ୍ନ ଭିନ୍ନ ଚାଷ ଏବଂ ଉପକାରୀ ବୃକ୍ଷ ରୋପଣ କରି ନିଜେ ଲାଭବାନ ହେବା ସହ ଜୀବନ ଜୀବିକାରେ ପରିବର୍ତ୍ତନ ହେବ ଏବଂ ତାର ଫାଇଦା ଉଠାଇବାକୁ ପରାମର୍ଶ ଦିଆଯାଇଥିଲା l

ad-week
Leave A Reply

Your email address will not be published.