ଜେଇଇ ମେନ୍‌ ପରୀକ୍ଷା ଫଳରେ ଆର୍ଯ୍ୟଭଟ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

add-all

ବ୍ରହ୍ମପୁର : ଗତକାଲି ପ୍ରକାଶିତ ଜେ.ଇ.ଇ ମେଇନ୍‌ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳରେ ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର, ଛାତ୍ରଛାତ୍ରୀମାନେ ବିଗତ ୧୭ ବର୍ଷର ସଫଳତାର କାହାଣୀ ପୁନରାବୃତ୍ତି କରିଛନ୍ତି। ଏହି ପରୀକ୍ଷା ପାଇଁ ୫୬ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ସେଥିରୁ ୩ ଜଣ ଛାତ୍ର ,୯୯ ପରସେଣ୍ଟାଇଲ ରୁ ଅଧିକ ରଖିଛନ୍ତି । ସଂଜୟ ରଥ ୯୯.୬୪,ବିଘନେଶ ସାମନ୍ତରାୟ ୯୯.୫୮,ସମ୍ବିତ ମହାପାତ୍ର ୯୯.O୮ ରଖିଥିଲା ବେଳେ ୨୪ ଜଣ ଛାତ୍ରଛାତ୍ରୀ ୯୪ ପରସେଣ୍ଟାଇଲ୍ ରୁ ଅଧିକ ରଖିଛନ୍ତି ଏବଂ ୩୦ ଜଣ ଛାତ୍ରଛାତ୍ରୀ ୯୦ ପରସେଣ୍ଟାଇଲ୍‌ ରୁ ଅଧିକ ରଖିଛନ୍ତି । ଏହି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପରେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ଜୁଲାଇ ୨୧ରୁ ୩୦ ଯାଏଁ ହେବ। ଜଣେ ପରୀକ୍ଷାର୍ଥ୍ରୀର ଦୁଇ ପର୍ଯ୍ୟାୟର ଫଳାଫଳରୁ ଭଲ ପରସେଣ୍ଟାଇଲ୍ କୁ ଗ୍ରହଣ କରାଯାଇ ଅନ୍ତିମ ରେଙ୍କ ଲିଷ୍ଟ ତିଆରି କରାଯିବ। ସେଥିରୁ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଆଇ.ଆଇ.ଟି ଦ୍ଵାରା ପରିଚାଳିତ ଆଡଭାନ୍‌ସ ପରୀକ୍ଷା ଦେବା ପାଇଁ ମନୋନୀତ ହେବେ। ମେଇନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ଏନ୍.ଆଇ.ଟି, ଆଇ.ଆଇ.ଆଇ.ଟି.ଓ ରାଜ୍ୟ ଇଂଜିନିୟରିଂ କଲେଜରେ ଯୋଗଦେବାପାଇଁ ଯୋଗ୍ୟ ବିବେଚିତ ହେଉଥିବାବେଳେ ଆଡ୍‌ଭାନ୍‌ସ୍ ରେ କୃତ କାର୍ଯ୍ୟ ଛାତ୍ରଛାତ୍ରୀମାନେ ଆଇ.ଆଇ.ଟି, ଆଇ.ଆଇ.ଏସ୍.ଟି (ତିରୁଅନନ୍ତ ପୁରମ୍), ଆଇଜର ଇତ୍ୟାଦି ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ନାମ ଲେଖାରବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ।
ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ଅନୁଷ୍ଠାନ ୨୦୦୭ରୁ ୧୭ ବର୍ଷ ଧରି ଆଇ.ଆଇ.ଟି, ଏନ୍. ଆଇ.ଟି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ମାନଙ୍କ ପାଇଁ ଗଞ୍ଜାମ ତଥା ଦକ୍ଷିଣ ଓଡିଶା ଛାତ୍ରଛାତ୍ରୀମାନଙ୍କୁ କୃତକାର୍ଯ୍ୟ କରାଇ ଯୋଗଦେବା ପାଇଁ ସଫଳ କରାଇ ଆସୁଛି। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ବିଶ୍ଵର ପ୍ରତିଷ୍ଠିତ ଅନୁଷ୍ଠାନ ଯଥା ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସ ଓ ଆମେରିକାର ବହୁ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ଅଧ୍ୟୟନ, ଅଧ୍ୟାପନା, ଗବେଷଣା କରିବା ସହ ଦେଶବିଦେଶର ବହୁ ପ୍ରତିଷ୍ଠିତ ସଂସ୍ଥାମାନଙ୍କରେ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି ।

ad-week
Leave A Reply

Your email address will not be published.