ଏବିଭିପି ଛାତ୍ରଛାତ୍ରୀଙ୍କ ବିଶାଳ ରାଲି ଏବଂ ଏସପି ଅଫିସ ଘେରାଉ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ ନାବାଳିକା ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ଆଜି ଗୁରୁବାର ଏବିଭିପି ପକ୍ଷରୁ ବିଭିନ୍ନ କଲେଜର ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ମାଦିକୁନ୍ଦା ଛକରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ମୁଖ୍ୟରାସ୍ତା ଦେଇ ଏସପି ଅଫିସ ଆସି ଘେରାଉ କରିଥିଲେ। ଜିଲ୍ଲା ମୂଖ୍ୟ ଶିବାଶିଷ ପଣ୍ଡା ଓ ସଂଯୋଜିକା ରାଜନନ୍ଦୀନି ସାହାଣୀଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସି କଲେଜ ଛାତ୍ର ଛାତ୍ରୀ ମାନେ ସରକାର ଓ ପୋଲିସ ବିରୋଧୀ ସ୍ଲୋଗାନ ଦେଇ ଥିଲେ । ଏସ ପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେହିପରି ଗୌଡ଼ପଡାର ନାବାଳିକା ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଜାଣିଶୁଣି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ଏବିଭିପି ଜିଲ୍ଲା ମୁଖ୍ୟ ଶିବାଶିଷ ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଙ୍କ ସମେତ ବହୁ ଏବିଭିପି ସଂଗଠନ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।ଯଦି ଯଥା ଶୀଘ୍ର ଦୋଷୀକୁ ପୋଲିସ ପ୍ରଶାସନ ଧ୍ରୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗମୀ ଦିନରେ ପରିଣାମ ଆହୁରି ଭୟଙ୍କର ହେବ ବୋଲି ଏବିଭିପି ପକ୍ଷରୁ ବିଚ ରାସ୍ତା ରେ ଚେତାବନୀ ଦିଆଯାଇଛି।ଏଥି ସହିତ ସ୍ତୁଡେଣ୍ଟ ୟୁଇନିଟି କଣ ଓ ନାରୀ ଶକ୍ତିର ଅସିଲି ପରିଚୟ ପୋଲିସ ପ୍ରଶାସନ ଆଗକୁ ଦେଖିବ ବୋଲି ମଧ୍ୟ କେହି କେହି ଛାତ୍ରୀ ଚେତାବନୀ ଦେଇଥିଲେ।

ad-week
Leave A Reply

Your email address will not be published.