ନିମ୍ନମାନର ରାସ୍ତାକାମ ଅଭିଯୋଗ

add-all

ଫୁଲବାଣୀ : ଫୁଲବାଣୀ ପୌରପରିଷଦର କୃଷି ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମୁଖ୍ୟରାସ୍ତା ମଧ୍ୟରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି। ପୂର୍ତ୍ତବିଭାଗର ନିମ୍ନମାନର ରାସ୍ତା କାମ ଯୋଗୁଁ ସାଧାରଣ ଜନତା, ଜିଲ୍ଲାପାଳଙ୍କ କାଯ୍ୟାଳୟ ଠାରୁ ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଯିବା ଆସିବା କରିବା କାଠିକର ପାଠ ହୋଇ ପଡିଛି । ଗତ କିଛି ଦିନ ଧରି ,ଜନ ସାଧାରଣ ଗମନାଗମନ ସହ ବିଭିନ୍ନ ପ୍ରକାର ଯାନ ବାହାନ ଯିବା ଆସିବା କରିବା ମଧ କଷ୍ଟକର ହୋଇପଡ଼ିଛି । କିଛିଦିନ ତଳେ ବାଇକ ସ୍ଲିପ ହୋଇ ପଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା।ପ୍ରତି ବର୍ଷ ଏହି ରୋଡ ବାର୍ଷିକ ଦୁଇ / ତିନିରୁ ଚାରିଥର ନୂତନ ଭାବେ ନିର୍ମାଣ କରା ଯାଉଥିଲେ ମଧ୍ୟ ,ରୋଡ ମଧ୍ୟରୁ ପିଚୁ ସହ ମାଟି ଉଠି ଯିବା ସହ ବାୟୁ ପ୍ରଦୂଷଣ କରିବାରେ ସହାୟତା ହେଉଛି ।ଫୁଲବାଣୀ ସହର । କନ୍ଧମାଳ ଜିଲ୍ଲାର ସଦର ମହାକୁମା ହୋଇ ଥିବାବେଳେ,ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ପୌରପରିଷଦ କର୍ମକର୍ତ୍ତା ତଥା ପୂର୍ତ୍ତ ବିଭାଗର କୋଠାବାଡି ମୁଖ୍ୟଯନ୍ତ୍ରୀ , ମଣ୍ଡଳ କୋଠାବାଡି ଯନ୍ତ୍ରୀ ,ନିର୍ବାହୀ ଯନ୍ତ୍ରୀ ସହ ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କନିଷ୍ଠ ଯନ୍ତ୍ରୀ ମାନେ ରହି କାର୍ଯ୍ୟ ତଦାରଖ କରୁଛନ୍ତି ।ଜିଲ୍ଲାର ସଦର ମହାକୁମା ରେ ଯଦି ଏଭଳି ନିର୍ମାଣ କାର୍ଯ୍ୟ କରାଯାଉଛି ,ତା ହେଲେ ଅନ୍ୟାନ୍ୟ ଅଞ୍ଚଳର କାର୍ଯ୍ୟ କିଭଳି ହେଉଥିବ ସେ କଥାନ କହିବା ଭଲ ବୋଲି ବରିଷ୍ଠ ଜନ ସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି ।ନୂତନଜିଲ୍ଲାପାଳ ନିର୍ମାଣ କାର୍ଯ୍ୟ ଗୁଡିକର ସମିକ୍ଷା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତୁରନ୍ତ ବାୟୁ ପ୍ରଦୂଷଣ ରୋକିବା ସହ ପ୍ରତିକାର ପାଇଁ ଜିଲ୍ଲା ସଚେତନ ବରିଷ୍ଠ ନାଗରିକ ସଂଘ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.