ତେଲେରାଇ ଛକ ନିକଟ ଜଙ୍ଗଲରେ ଗଳିତ ଶବ ଚିହ୍ନଟ

add-all

ମାଲକାନଗିରି : ମାଲକାନଗିରି କିଛି ଦିନହେବ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଜଙ୍ଗଲ ମଧ୍ୟରେ ଥିବା ଖବର ପ୍ରଘଟ ହେଇଥିଲା । ଶବଟି ଦୀର୍ଘ ତିନିରୁ ଚାରିଦିନର ପରି ଜଣା ଯାଉଛି | ଘଞ୍ଚ ଜଙ୍ଗଲ ମଧ୍ୟ୍ୟରେ ବ୍ୟକ୍ତି ଜଣଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ଘଟଣା ସ୍ଥଳେ କାଲିମେଳା ପୋଲିସ ପହଞ୍ଚିଥିବା ବେଳେ, ଘଟଣା ଟି ଏମଭି 79ଥାନା ଏରିଆ ମଧ୍ୟ୍ୟରେ ଯାଉ ଥିବାରୁ ଏମଭି 79ଥାନାକୁ ଖବର ଦିଆଯାଇଛି l ଦେଖଣା ହାରୀ ମାନଙ୍କ କହିବା ଅନୁଯାଇ ବ୍ୟକ୍ତି ଜଣଙ୍କ କାଲିମେଳା ଏମଭି 90 ଗ୍ରାମର ନିମାଇଁ ସର୍ଦାର, ନିମାଇଁ ସର୍ଦାର ବାହାର ରାଜ୍ୟରେ ରହି କାର୍ଯ୍ୟ କରିଥାନ୍ତି, କିଛିଦିନ ତଳେ ଗ୍ରାମକୁ ଆସିଥିଲେ, ଗତ କିଛିଦିନ ଧରୀ ପରିବାର ବର୍ଗ ଖୋଜାଖୋଜି କରୁଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି,ଘରଠାରୁ କେବେ ଯାଇଥିଲେ ତାହା ଜଣା ପଡ଼ିନାହିଁ । ପୋଲିସ ପହଞ୍ଚି ପରିବାର ବର୍ଗ ପକ୍ଷରୁ ଶବ ଚି଼ହ୍ନଟ ପରେ ବ୍ୟକ୍ତି ଜଣଙ୍କ ପ୍ରକୃତ୍ତ ପରିଚୟ ମିଳି ପାରିବ ବୋଲି ଘଟଣା ସ୍ଥଳେ ଥିବା ବିଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ଆଲୋଚନା ମାନ ହେଉଛି l

ad-week
Leave A Reply

Your email address will not be published.