ଛାତ୍ରୀଙ୍କୁ ଗୁରୁଛାତ୍ର କଲ୍ୟାଣପାଣ୍ଠିରୁ ସହାୟତା

add-all

ପାତ୍ରପୁର : ପାତ୍ରପୁର ବ୍ଳକ ରାଙ୍କୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ବଡମୁଣ୍ଡି ଗତକିଛି ଦିନ ହେବ ଅସୁସ୍ଥ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ରୋଗ ଗୁରୁତର ହେବାକୁ ଲାଗିଲା। ପାତ୍ରପୁର ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରିୟଙ୍କା କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର, ୧୯.୦୭.୨୦୨୨ ତାରିଖ ସନ୍ଧ୍ୟାରେ ଶିଶୁରୋଗ ବିଭାଗରେ ଭର୍ତ୍ତି କରିଥିଲେ। ଏହି ଖବର ସ୍ବେଚ୍ଛାସେବୀ ମାନଙ୍କ ଠାରୁ ଶୁଣିବା ପରେ ଗୋଷ୍ଠି ଶିକ୍ଷା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୋଚରକୁ ନେଇଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟା ଝିଅଟିର ଉତ୍ତମ ଚିକିତ୍ସା ପାଇଁ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ରୁ ୧୦, ୦୦୦ଟଙ୍କା ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ। ତ୍ୱରିତ ପଦକ୍ଷେପ ସ୍ୱରୂପ ୨୦.୦୭ ୨୦୨୨ ତାରିଖ ଅପରାହ୍ନରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ପାଢ଼ୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ଚୌଧୁରୀ, ମିଳିତ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି ଓ ସିଆର ଶିଶି ସୁଭବ୍ରତ ପାଢ଼ୀ ଡାକ୍ତରଖାନାରେ ପହଞ୍ଚି ପ୍ରୀୟଙ୍କାର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଝିଅଟିର ଆଶୁ ଆରୋଗ୍ୟ କାମନା କରିଥିଲେ। ବାପା କୁରା ବଡମୁଣ୍ଡିଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ତରଫରୁ ଝିଅର ଚିକିତ୍ସା ପାଇଁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ସାହାଯ୍ୟର ହାତ ବଢ଼ାଇଥିବା ସ୍ଵେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶିକ୍ଷା ବିଭାଗ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା।

ad-week
Leave A Reply

Your email address will not be published.