ବ୍ଲକ ଅଧକ୍ଷଙ୍କ ସହୟତାରେ ନିର୍ମଳଝର ଖଲ୍ଲିକୋଟ ରାସ୍ତାରୁ ହଟିଲା ୧୭ ଗୋଟି ମହୁମାଛି ବସା

add-all

ଖଲ୍ଲିକୋଟ : ଦୀର୍ଘଦିନ ହେଲା ନିର୍ମଳଝର ଠାରୁ ଖଲ୍ଲିକୋଟ ରାସ୍ତା ର ଉଭୟ ପାର୍ଶ୍ୱରେ ଥିବା ଗଛ ମାନଂକରେ ପ୍ରାୟ ୧୭ ଗୋଟି ମହୁମାଛି ବସା ରହି ଉକ୍ତ ୩୦ ନମ୍ବର ରାଜ୍ୟ ରାଜପଥ ଦେଇ ପ୍ରତି ଦିନ ହଜାର ହଜାର ଗାଡି ବାଇକ ଆରୋହୀ, ବାଟୋଇମାନେ ଯାତାୟାତ କରୁଥିବା ବେଳେ ମହୁମାଛି ମାନେ ଏଣେ ତେଣେ ବିଚରଣ କରି ଦଂଶନ କରିବା ଫଳରେ ଏଠାରେ ଥିବା ଆର ସି ଏମ କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ୨୦ ରୁ ଉର୍ଧ ଲୋକ ଆହତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ l ଏ ନେଇ ସ୍ଥାନୀୟ ଲୋକମାନେ ସ୍ଥାନୀୟ ବନବିଭାଗ ଓ ସ୍ଥାନୀୟ ବିଧାୟିକା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଶେଷରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ରାଜକୋଟ ରୁ ଏକ ମହୁମାଛି ବିଶେଷଜ୍ଞ ଦଳ କୁ ଡକାଇ ଗଛ ମାନଙ୍କରେ ଥିବା ୧୭ ଗୋଟି ମହୁମାଛି ବସା କୁ ଠାବ କରି ଗଛ କାଟି ବସା ଗୁଡିକୁ ଗଛରୁ କଢ଼ାଇଥିଲେ l ଉକ୍ତ ମହୁମାଛି ବସା ମନଙ୍କରୁ ପ୍ରାୟ ୪୦ ଲିଟର ମହୁ ବାହାର କରାଯାଇଥିବା ପ୍ରକାଶ l ସ୍ଥାନୀୟ ବନବିଭାଗ ଅଧିକାରୀ ସିଦ୍ଧାର୍ଥ ସାହୁ , ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ , ରାମ ମୋହନ ପଣ୍ଡା , ଚିତ୍ତରଞ୍ଜନ ମାଝୀ , ରବୀନ୍ଦ୍ର ସାହୁ ଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.