ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ଅଭିଯାନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ସଙ୍କରାଖୋଲ ଠାରେ ଅବସ୍ଥାପିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ୭ଟି ଜିଲ୍ଲା ସ୍ତରୀୟ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶହେ ଜଣ ସ୍ବେଛାସେବୀଙ୍କୁ ନେଇ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର ସୁଶ୍ରୀ ସରିତା ପଟେଲ ସାମ୍ମାନୀତ ଅତିଥି ଭାବରେ ଆଂଚଳିକ ଯୁବ ଅଧିକାରୀ ଭୁବନେଶ୍ୱର ର ଏନ ସି ଦେହୁରୀ,ମୁଖ୍ୟ ବକ୍ତା ଭାବରେ କନ୍ଧମାଳ ଜିଲ୍ଲାର ଜାତୀୟ ସେବା ଯୋଜନା ଅଧିକାରୀ ଦୀନବନ୍ଧୁ ମହାନ୍ତି ଯୋଗ ଦେଇ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ଓ ଦାଣ୍ଡର ମଇଳା ବାହାର କରିବା ପୂର୍ବରୁ ନିଜ ମୁଣ୍ଡରୁ ମଇଳା ବାହାର କରିବା ଉଚିତ ବୋଲି କହିଥିଲେ।ଟିକାବାଲି କଲେଜ ର ଅଧ୍ୟାପକ ବନମାଳୀ ବେହେରା ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ।ସରପଞ୍ଚ ଜାନକୀ ପ୍ରଧାନ ଯୋଗ ଦେବା ସଙ୍ଗେ ସଙ୍ଗେ ପ୍ରୋଗ୍ରାମ ଅଫିସର ଶିବରାମ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପକ ଡ଼ଃ ବାବୁଲା ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥିଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.