ଚିକିଟି ମହାବିଦ୍ୟାଳୟରେ ବନମହୋତ୍ସବ

add-all

ଚିକିଟି : ସ୍ଥାନୀୟ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସୋସାଇଟି ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଶୁଭାରମ୍ଭ କରିଥିଲେ । ଛାତ୍ରାବାସ ଚତୁଃପାର୍ଶ୍ଵ କୁ ସବୁଜ ସୁନ୍ଦର କରି ଗଢି ତୋଳିବା ର ସଙ୍କଳ୍ପକୁ ସଫଳ କରିବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ଼ .ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବହୁ ଉପାଦେୟ ଚାରା ରୋପଣ କରାଯାଇଥିଲା । ଏଥିରେ ସ୍ଥାନୀୟ ବନପାଳ ଡି. ପ୍ରଶାନ୍ତ ରାଓ ସହାୟତା ପ୍ରଦାନ କରି ଏହି ବୃକ୍ଷ ଗୁଡ଼ିକର ଯତ୍ନ ନେବାପାଇଁ କହିଥିଲେ ।ଯୁବ ରେଡ କ୍ରସ୍ ସୋସାଇଟି ର ସଂଯୋଜକ ଶ୍ରୀ ଆଶୁତୋଷ ସାହୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ଡକ୍ଟର ସନ୍ତୋଷ କୁମାର ବକ୍ସି,ଅଧ୍ୟାପକ ସୁନିଲ କୁମାର ପଣ୍ଡା,ଡକ୍ଟର ବିଶ୍ଵନାଥ ପାଣିଗ୍ରାହୀ,ଡକ୍ଟର ମୌସୁମୀ ପାଢି ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ,ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀବୃନ୍ଦ, ସ୍ନାତକ ସମ୍ମାନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଫଳ ରୂପେ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.