
ଉମରକୋଟ (୨୩/୦୭) : ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର ଆମ ଗାଁ, ଆମ ବିକାଶ ଫାଣ୍ଡି ତରଫରୁ ଆର୍ଥିକ ବର୍ଷ ଅଟକଳ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରେ ଗୋଷ୍ଠି କେନ୍ଦ୍ର ନିର୍ମାଣ ହେଲା | କିନ୍ତୁ ଆଜି ଯାଏ ଗୋଷ୍ଠୀ କେନ୍ଦ୍ରର ଫାଟକ ଲାଗି ନାହିଁ ଓ ଗୋଷ୍ଠୀ କେନ୍ଦ୍ର ଅଳି ଆବର୍ଜନାରେ ନଷ୍ଟ ହେବା ଉପରେ ଏହି ପରି ଏକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲାରେ ରାଇଘର ବ୍ଲକ ବୋବେଇ ପଞ୍ଚାୟେତର ଶୁଆ ବେଡ଼ା (ନୂଆପାରା )ଗ୍ରାମରେ ଦେଖିବାକୁ ମିଳିଲା,ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ କହିଛନ୍ତି ଆମ ଗୋଷ୍ଠି କେନ୍ଦ୍ର ସଦର ରାସ୍ତା ପାଖରେ ଥାଇ ଯଦି ଏହି ଭଲି ହୁଏ ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ହେଇ ପାରେ ଆପଣ ମାନେ କୁହନ୍ତୁ, ଶୁଆବେଡ଼ା ଗାଁର ମୁଖିୟା ଓ ଗ୍ରାମବାସୀ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି |