ସ୍ୱାଧୀନତାର ଅମୃତ ମହୋତ୍ସବରେ ବୃକ୍ଷରୋପଣ

add-all

ବାଲିଗୁଡା : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ଜାର୍ଗିଭାଟ୍ଟା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ସିଆରପିଏଫ ର ଜି/127 ବାଟାଲିୟନ ର ମିଳିତ ଆନୁକୁଲ୍ୟରେ ଏକ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ କୁମାର ଝା ଙ୍କ ତତ୍ତ୍ଵାବଧାନରେ ନିରୀକ୍ଷକ ଭେନୁ କେ.ଏମ୍ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ନାଏକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀଙ୍କ ଉପସ୍ଥିତରେ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ଏହାର ଉପକାରିତା ସମ୍ପର୍କରେ ବୁଝାଇଥିଲେ l

ad-week
Leave A Reply

Your email address will not be published.