ପୌର ପରିଷଦ ପକ୍ଷରୁ ଜବର ଦଖଲକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ

add-all

ମାଲକାନଗିରି, (୩୦।୭) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ପୌର ପରିଷଦ ପକ୍ଷରୁ ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପୌରଅଧିକାରୀ ଓ କର୍ମଚାରୀଙ୍କ ମାନେ ଚଢାଉ କରି ଯେଉଁ ବ୍ୟବସାୟୀ ତଥା ଦୋକାନୀମାନେ ଫୁଟପାଥ ଓ ଡ୍ରେନ ଗୁଡିକ ଉପରେ ଅବୈଧରୂପେ କବଜା କରିବା ସହ ଦୋକାନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଜିଲ୍ଲା ସଦର ମହକୁମାରେ ଛତୁ ଫୁଟିବା ଭଳି ଦୋକାନ ଏବଂ ଅସ୍ଥାୟୀ ଦୋକାନ ମାନ ଖୋଲୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଦୋକାନୀ ମୁଖ୍ୟ ରାସ୍ତା କଡରେ ଥିବା ଫୁଟପାଥ ଓ ଡ୍ରେନ ଗୁଡିକୁ ନିଜ କବଜାକୁ ନେଇ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ମାନ କରୁଥିବା ବେଳେ ରାସ୍ତାରେ ଟ୍ରାଫିକ ଜାମ ବଢୁଥିଲା । ଲୋକେ ଦୋକାନକୁ ଯିବା ପାଇଁ ହେଲେ ରାସ୍ତା ଉପରେ ଗାଡି ମୋଟର ରଖି ଯାଉଥିବା ବେଳେ ରାସ୍ତାରେ ଗହଳି ବଢିବା ସହ ଦୁର୍ଘଟଣା ମଧ୍ୟ ହେଉଥିବା ବେଳେ ଆଜି ପୌରପରିଷଦ ପକ୍ଷରୁ ପୌର ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଏବଂ ଅନ୍ୟ କର୍ମଚାରୀ ମାନେ ଚଢଉ କରି ଅନେକ ଦୋକାନୀଙ୍କୁ ଚେତାବନୀ ଦେବା ସହ ଫାଇନ ଆଦାୟ କରିଥିଲେ । ଏହାସହ ଆଗାମୀ ଦିନରେ ଏଭଳି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ad-week
Leave A Reply

Your email address will not be published.