ରନ୍ଧନ ଗ୍ୟାସର କଳା ବଜାରୀ : ଯୋଗାଣ ବିଭାଗର ଚଢାଉ

add-all

ମାଲକାନଗିରି(୩୦।୭) : ବେଆଇନ ରୂପେ ରନ୍ଧନ ଗ୍ୟାସ ଗଚ୍ଛିତ ରଖି ଚୋରା କାରବାର କରାଯାଉଥିବା ଖବର ପାଇ ଯୋଗାଣ ବିଭାଗ ତରଫରୁ ଚଢ଼ଉ କରାଯାଇ ୧୫ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମ୍‌ପିଭି-୧ ଗ୍ରାମରେ ରନ୍ଧନ ଗ୍ୟାସର କଳା ବଜାରୀ ହେଉଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ବିଶେଷ ସୂତ୍ରରୁ ଖବର ପାଇବା ପରେ ତାଙ୍କ ନିର୍ଦେଶକ୍ରମେ ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ପ୍ରଭଞ୍ଜନ ମହାନ୍ତି ଓ କିଛି କର୍ମଚାରୀ ଏମ୍‌ପିଭି-୧ ସ୍ଥିତ ଦରିଗୁଡ଼ା ଗ୍ରାମରେ ଚଢ଼ଉ କରିଥିଲେ। ଦରିଗୁଡ଼ା ଗ୍ରାମର ମନୋଜ ରାୟ ନିଜ ଘରେ ବେଆଇନ ଭାବେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରଖି କଳା ବଜାରୀ କରି ବିକ୍ରି କରୁଥିବା ଦେଖିବା ପରେ ତୁରନ୍ତ ଯୋଗାଣ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ମନୋଜଙ୍କ ଘରୁ ୧୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲେ। ତେବେ ଜବତ ଗ୍ୟାସ ସିଲିଣ୍ଡିର ଗୁଡିକ ଯୋଗାଣ ବିଭାଗ ସେଠାରୁ ନେଇ ଆସିଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରେ ଏହି ଗୋଟିଏ ନୁହ ଏଭଳି ଅନେକ ସ୍ଥାନରେ ରନ୍ଧନ ଗ୍ୟାସର ଚୋରା ବିକ୍ରି ହେଉଥିବା ବେଳେ ଏନେଇ ବିଭାଗ ପକ୍ଷରୁ ଆଗାମୀ ଦିନରେ ଠୋସ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.