୯ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୫୦ ହଜାର ଜରିମାନା

add-all

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଟୁଟୁ ମିଶ୍ର@କାଳୀ ପ୍ରସାଦ ମିଶ୍ରକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଟୁଟୁ ମିଶ୍ରକୁ ଆଉ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ।
ଘଟଣା ଅନୁସାରେ ଏକ ଗ୍ରାମର ଅଭିଯୁକ୍ତ ୧୩/୦୭/୨୦୧୭ ତାରିଖ ଦିନ ନାବାଳିକା ପିଡିତା ମିକ୍ସଚର କିଣିବାକୁ ଆସିଥିବା ବେଳେ ଚକଲେଟ ଦେବି ବୋଲି ଅଳ୍ପ ଦୂରରେ ଏକ ଭଙ୍ଗା କ୍ଳବ ଘରକୁ ଡାକିନେଇ ଦୁଷ୍କର୍ମ କରୁଥିଲା। ପିଡିତା ପ୍ରାଣ ବିକଳରେ ମାଆ ମାଆ ବୋଲି ପାଟି କରି କାନ୍ଦିବାରୁ ନଳକୂପକୁ ପାଣି ପାଇଁ ଯାଇଥିବା ପିଡିତାର ମାଆ ଚିକ୍ତାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ପାଟିକରିବାରୁ ଅଭିଯୁକ୍ତ ଦୌଡ଼ି ପଳାଇ ଯାଇଥିଲା।
ପିଡ଼ିତାର ମାଆ ୧୪/୦୭/୨୦୧୭ ତାରିଖରେ ଖଜୁରିପଡ଼ା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୬୭/୨୦୧୭ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

ad-week
Leave A Reply

Your email address will not be published.