
ବ୍ରହ୍ମପୁର : ଆମ ଦେଶର ପ୍ରଧାନମନ୍ତ୍ରୀ ମୋଦି ବେଟି ବଚାଓ ବେଟି ପଢ଼ାଓ କହୁଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ସୁଦୃଢ କରିବା ପାଇଁ ପ୍ରୟାସ କରୁଥିବା ବେଳେ ମହିଳା କେତେ ସୁରକ୍ଷିତ ତାହା ନାରୀ ନିର୍ଯ୍ୟାତନାର ଉଦାହରଣ ରୁ ଜଣାପଡୁଥିଲା କିନ୍ତୁ ରାସ୍ତା ରେ ଯାଉଥିବା ମହିଳା ଏବଂ ଯୁବତୀ ମାନେ ମଧ୍ୟ ଏବେ ଅସୁରକ୍ଷିତ ମନେ କରୁଛନ୍ତି l ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ନୁଆଁ ବସଷ୍ଟାଣ୍ଡ ପାଖରେ ହେଇଥିବା ଜୈନିକ ମହିଳାଙ୍କୁ ଅସଦାଚରଣ l ସୂଚନା ପ୍ରକାରେ, ଭଞ୍ଜ ନଗର ଅଞ୍ଚଳର ଜନୈକ ମହିଳା ଜଣକ ବର୍ତ୍ତମାନ କର୍ପେଟିବ କଲୋନୀ ପ୍ରଥମ ଲାଇନ ରେ ରୁହନ୍ତି 12.07.2022 ତାରିଖ ସକାଳ 8 ସମୟରେ ନୁଆଁ ବସ ଷ୍ଟାଣ୍ଡ ନିକଟରେ ଥିବା ଲିଙ୍ଗରାଜ ନଗର ଦେଇ ସେ ତାଙ୍କ ଅଫିସ କୁ ଯାଉଥିବା ବେଳେ ହଟାତ ଫିରୋଜ ପୋଲକିଆ (30 )ନାମକ ଜଣେ ଯୁବକ ଗାଡି ରେ ଆସି ଜୈନିକ ମହିଳା ଙ୍କୁ ପଛ ପଟୁ ଡାକିଥିଲେ l ତାପରେ ତାଙ୍କ ସହ ଅସଦାଚରଣ କରିଥିବା ନେଇ ମହିଳା ଜଣ କ ବୈଦ୍ୟନାଥପୁର ଥାନା ରେ ଅଭିଯୋଗ କରିଥିଲେ l ମହିଳାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଥିଲା l ବୈଦ୍ୟନାଥପୁର ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଥିଲା l ପରେ ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକଙ୍କୁ ପଚାରା ଉଚରା କରି ଅଖପାଖ ରେ ଲାଗିଥିବା ସି ସି ଟିଭି କୁ ଭିତ୍ତି କରି ସେହି ଯୁବକ କୁ କାବୁ କରି ଥାନା ରେ ଅଟକ ରଖା ଯାଇ ଘଟଣା ସମ୍ପର୍କ ରେ ପଚାରିବା ପରେ ଅଭିଯୁକ୍ତ ଫିରୋଜ ପୋଲକିଆ ସମ୍ପୂର୍ଣ୍ଣ ଘଟଣା କହିଥିବା ଜାଣିବାକୁ ମିଳିଥିଲା l ଅଭିଯୁକ୍ତ ବ୍ୟବହାର କରିଥିବା TVS APACHE RTR 200 ଗାଡି କୁ ଜବତ କରିଥିବା ବେଳେ ଆଜି ପର୍ଯ୍ୟାପ୍ତ ପ୍ରମାଣ କୁ ଭିତ୍ତି କରି U / s 341/354/354 (A / 354 (D) ଆଇପିସି ରେ ଅଭିଯୁକ୍ତ ଫିରୋଜ ପୋଲକିଆ କୁ 06.08.2022 ଦିନ 08:30 ରେ ଗିରଫ କରାଯାଇ ତାଙ୍କୁ ହନବେଲ କୋର୍ଟକୁ ପଠାଯାଇଛି l