ଅଜଣା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଘର ଛପର ନିମନ୍ତେ ପଲିଥିନ ସହିତ ସହାୟତାର ହାତ ବଢ଼ାଇଲା ପ୍ରଶାସନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଦୁତିମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈକୁମ୍ପା ନିକଟସ୍ତ ବଦଲା ସାହି ଗ୍ରାମର ଗରିବ ନିରୀହ ଅସହାୟ ବ୍ୟକ୍ତି ରାଜ କୁମାର ଦେହୁରୀ ଦୀର୍ଘଦିନ ହେଲା ଅଜଣା ରୋଗରେ ପୀଡ଼ିତ ଥିବାସାଙ୍ଗକୁ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଥିବାରୁ ସେ ଘରେ ପଡ଼ି ରହିଛନ୍ତି l ଏପରିକି ମୁଣ୍ଡଗୁଞ୍ଜିବା ପାଈଁ ମଧ୍ୟ ବାସ ଗୃହ ଟିଏ ନାହିଁ | ଫଳରେ ସେ ନାହିଁ ନଥିବା ଅସୁବିଧାରେ ଥିବାବେଳେ ସରକାରଙ୍କ ତରଫରୁ ତାଙ୍କୁ ନା ମିଳିଛି ଇନ୍ଦିରା ଆବାସ ନା ମିଳିଛି ବିଜୁ ପକ୍କାଘର | ଏପରି ଅବସ୍ଥାରେ ତିନି ପ୍ରାଣୀ କୁଟୁମ୍ବ ସରକାର ଙ୍କର ଟଙ୍କିକିଆ ଚାଉଳକୁ ହିଁ ଭରସା କରି ଚଳୁଛନ୍ତି । ପୂର୍ବରୁ ସରପଞ୍ଚ ଏବଂ ସମିତି ସଭ୍ୟ ଓ ଖଜୁରିପଡ଼ା ବ୍ଲକ୍ ଉନୟନ ଅଧିକାରୀଙ୍କୁ ଘର ଖଣ୍ଡେ ଏବଂ ଚିକିତ୍ସା ନିମନ୍ତେ ଅର୍ଥ ସହାୟତା ଯୋଗାଇ ଦେବା ନିମନ୍ତେ ବହୁବାର ଅଭିଯୋଗ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନା ମିଳିଛି ଘର ନା ମିଳିଛି ଚିକିତ୍ସା ନିମନ୍ତେ ଅର୍ଥ ସହାୟତା । ଏହି ଘଟଣା ଦୁତିମେଣ୍ଡି ଉତ୍କଳ ମଣି ଯୁବକ ସଂଘ ର ଆସ୍ତିକ ମଲ୍ଲିକଙ୍କ ଜରିଆରେ ଖବର ପାଇ ସାମ୍ବାଦିକ ତଥା ସମାଜସେବୀ କୁନା ଦିଗାଲଙ୍କ ସହାୟତାରେ ଖଜୁରୀପଡା ତହସିଲଦାର ଙ୍କ ସ୍ୱପ୍ନିତା ନାୟକଙ୍କ ନିର୍ଦେଶରେ ଦୁତିମେଣ୍ଡି ଆର୍ ଆଇ ଶୁଭସ୍ମୀତା ମହାରଣା ପ୍ରଶାସନ ପକ୍ଷରୁ ପଲିଥିନ ଦେବାସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ଆର ଆଇ ଶୁଭସ୍ମିତା ମହାରଣା କହିଛନ୍ତି l

ad-week
Leave A Reply

Your email address will not be published.