ଲାଞ୍ଜିଆ ପଞ୍ଚାୟତରେ ଖାଦ୍ୟ ପ୍ରକ୍ରିୟାକରଣ ସଚେତନତା ଶିବିର ଅନୁଷ୍ଠିତ

add-all

କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ ପଞ୍ଚାୟତ ର ବାଳକୃଷ୍ଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟୋଗ ସଙ୍ଗଠିକରଣ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଆ ପଞ୍ଚାୟତର ସମିତିସଭ୍ୟ ତଥା ଆମ୍ବଗଡ ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଯୋଗଦାନ କରି ଗ୍ରାମାଞ୍ଚଳରେ ମହିଳା ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ଦିଗରେ ଆଲୋକପାତ କରେଇଥିଲେ । ମହିଳା ମାନେ କିପରି ନିଜର ବହୁମୂଲ୍ୟ ସମୟର ସୁଦୁପଯୋଗ କରି ଘରେ ବସି ଅର୍ଥ ଉପାର୍ଜନ କରିପାରିବେ ସେହି ଉପରେ ସଚେତନ କରାଇଥିଲେ । ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ କିପରି ସ୍ୱୟଂ ସହାୟକ ଗୋଷ୍ଟି ଓ ସମବାୟ ସମିତି ମାଧ୍ୟମରେ ଋଣ ନେଇ ବ୍ୟବସାୟ କରି ଲାଭବାନ ହୋଇପାରିବେ ତାହା ଉପରେ ଲୋକଙ୍କୁ ବୁଝାଇଥିଲେ ।


ଏ ଆର୍ ଇଣ୍ଟରପ୍ରାଇଜରସ୍ ର ନିର୍ଦ୍ଧେଶକ ଓ ତାଙ୍କ ସହଯୋଗୀ ମାନେ ଖାଦ୍ୟ ପ୍ରକ୍ରିୟା କରଣ ଯନ୍ତ୍ରପାତି ଉପରେ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ । ଏହି ଗ୍ରାମର ସଂଗୀତା ଗୌଡ କିପରି ବଢ଼ି ଓ ପାମ୍ପଡ଼ ତିଆରି କରି ବ୍ୟବସାୟ କରିବା ପାଇଁ ତିନି ଲକ୍ଷ ଟଙ୍କା ବ୍ୟାଙ୍କ୍ ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଜିଲ୍ଲା ଶିଳ୍ପକେନ୍ଦ୍ର ବ୍ରହ୍ମପୁରର ଡି ଆର୍ ପି ବିଷ୍ଣୁ ପ୍ରସାଦ ପାଣିଗ୍ରାହି ଡି ଆଇ ସି ମାଧ୍ୟମରେ କିପରି ବ୍ୟାଙ୍କ୍ ଋଣ ନେଇ ବ୍ୟବସାୟ କରି ଲାଭବାନ ହୋଇପାରିବେ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ସୁନିଲ୍ ଗୌଡ଼, ଜଗନ୍ନାଥ ଗୌଡ, ରାମଚନ୍ଦ୍ର ଗୌଡ, ସୁଶିଲ ସାହୁ , ବିପିନି ପାତ୍ର, ସସ୍ମିତା ନାୟକ ଓ ଗ୍ରାମବାସୀ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

ad-week
Leave A Reply

Your email address will not be published.