
ଦାରିଙ୍ଗବାଡ଼ି,(୧୩/୮) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ୫୯ ନଂଜାତୀୟ ରାଜପଥ ସାରୁମାହା ନିକଟରେ ସନ୍ଧ୍ୟା ପ୍ରାୟ ୭.୩୦ ଘଣ୍ଟା ସମୟରେ ବାଇକ ଦୁର୍ଘଟଣାରେ ଗତକାଲି ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୁଡୁକେଜୁ ଗ୍ରାମର ଦନାରା ପ୍ରଧାନ (୨୮) । ଅନ୍ୟ ଦୁଇ ଆହତ ବ୍ୟକ୍ତି ସିମନବାଡ଼ି ଗ୍ରାମର ବିଜୁସ ବିଶ୍ୱାସ ଓ ବୁଡୁକେଜୁ ଗ୍ରାମର ରାଜୀବ ପ୍ରଧାନ। ସୂଚନା ପ୍ରକାରେ ଦୁହେଁ ଏକ ମଟର ସାଇକେଲରେ ବାଲିଗୁଡା ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ସାରୁମାହା ସାହି ନିକଟରେ ରାସ୍ତାରେ ଚାଲି ଆସୁଥିବା ବିଜୁସ ବିଶ୍ୱାସ ଙ୍କୁ ଦୁର୍ଘଟଣା ଘଟାଇଥିଲେ। ଉକ୍ତ ରାସ୍ତା ଦେଇ ଆସୁଥିବା ତହସିଲଦାର ଚାର୍ଲେସ ନାୟକ ଆସୁଥିବା ସମୟରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଦନାରା ପ୍ରଧାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ବ୍ରହ୍ମପୁର ମେଡ଼ିକାଲ କୁ ରେଫର କରିଥିବା ଖବର ହସ୍ତଗତ ହୋଇଛି।