
ବ୍ରହ୍ମପୁର : ଆସ୍କାରୋଡ ବିଜେପି ମଣ୍ଡଳ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ନାମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସ୍କାରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୩ନଂ ୱାର୍ଡ କର୍ପୋରେଟର ସବିତା ସାହୁଙ୍କ ତତ୍ତ୍ୱାବଧାନରେ ପ୍ରଥମେ ସହୀଦ ସୁଶାନ୍ତ ଗୌଡ଼ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଯିବା ପରେ ମୋଟରସାଇକେଲ ଯୋଗେ ତ୍ରିରଙ୍ଗା ପରିକ୍ରମା ସହ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୃବକ୍ସି ପାତ୍ର, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ସବିତା ସୁଆର ପାଣିଗ୍ରାହୀ, କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ପ୍ରଭାତ ପ୍ରଭାତ ଷଡ଼ଙ୍ଗୀ, ଉପସଭାପତି ରାମ କୁମାର ପାତ୍ର, ଶରତ ସାହୁ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁ,ସାଧାରଣ ସମ୍ପାଦକ ଶିବଶଙ୍କର ଶତପଥି, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କମଳ କୁମାର ପାତ୍ର,ମଣ୍ଡଳ ସାଧାରଣ ସମ୍ପାଦକ ସୁରେଶ ସାହୁ, ବିଜୟ ଗୋପାଳ,ସୁଦର୍ଶନ ସାହୁ, ଯୁବନେତା ମହେଶ ତ୍ରିପାଠୀ, ମଦନ ସାହୁ, ସନ୍ତୋଷ ସାହୁ, ଶିବପାଣିଗ୍ରାହୀ ଙ୍କ ସମେତ ବହୁ କମର୍କତା ଯୋଗଦେଇଥିେଲେ । ଏହି ଶୋଭାଯାତ୍ରାଟି ବଡବଜ଼ାର ଥାନା ଠାରୁ ବାହାରି ବିଭିନ୍ନ ଅଚଂଳ ପରିକ୍ରମା କରିବା ପରେ ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଜନସାଧାରଣଙ୍କୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାକୁ ସଚେତନତା କରାଯାଇଥିଲା ।