
ଚିକିଟି : ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରେ ଏକବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଆଛି। ମେଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନୀ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ନୀଳାଞ୍ଚଳ ପ୍ରଧାନ, ଅକ୍ଷୟ କୁମାର ସାହୁ,ସୁଧୀର କୁମାର ସାହୁ, ଉମାଚରଣ,କିଶୋର ଚନ୍ଦ୍ର ପାଢ଼ୀ ଓ ରୀନା ପ୍ରଧାନ ଶିଶୁ,ବାଳ ଓ କିଶୋର ବର୍ଗର ବିଭିନ୍ନ ପ୍ରକଳ୍ପ ନିରୀକ୍ଷଣ କରି ସଂକୁଳ ଜ୍ଞାନ ବିଜ୍ଞାନ ମେଳା ପାଇଁ ମନୋନୀତ କରିଥିଲେ। କାର୍ଯ୍ୟକ୍ରମର ଉଦଯାପନି ଉତ୍ସବରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର CRC ଶ୍ରୀ ସଁହିତା ମହାନ୍ତି, ଅନୁଷ୍ଠାନର ସଭାପତି ପି ରାମରାଓ ସୁବୁଦ୍ଧି,ସମ୍ପାଦକ ଶ୍ରୀ ଆର୍ତ୍ତତ୍ରାଣ ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀ କେ ସୀମାଞ୍ଚଳ, କୋଷାଧ୍ୟକ୍ଷ ଶ୍ରୀ ଏସ ଦୁର୍ଗାପ୍ରସାଦ ସୁବୁଦ୍ଧି ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରିଥିଲେ। ଏହି ମେଳାରେ ମୋଟ ୬୩ ପ୍ରକଳ୍ପର ପ୍ରଦର୍ଶନ ହେବା ସହ ସଂସ୍କୃତି ଜ୍ଞାନ ପ୍ରଶ୍ନ ମଂଚ, ଗଣିତ ପ୍ରଶ୍ନ ମଂଚ ଆଦିରେ ଯୋଗ ଦେଇଥିବା ଶିଶୁଙ୍କୁ ମଧ୍ୟ ପୁରଷ୍କାର କରାଯାଇଥିଲା। ଜ୍ଞାନ ବିଜ୍ଞାନ ମେଳାର ବ୍ୟବସ୍ଥା ପ୍ରସ୍ତୁତି ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ସାହୁ କାର୍ଯ୍ୟକର୍ମ ପ୍ରମୁଖ ଶ୍ରୀ ରବୀନାରାୟଣ ରାଉଳ ଙ୍କ ତତ୍ତ୍ୱାବଧାନରେ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।