ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ

add-all

ଚିକିଟି : ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଦେଶରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଵିଜ୍ଞାପିତ ଅଞ୍ଚଳ ପକ୍ଷରୁ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମ କୁ ନେଇ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ, ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଏକ ବୈଠକ ଅନୁଷ୍ଠିତ ହୋଇ ପତାକା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ବ ହୋଇଛି । ସହରର ପ୍ରତେକ ଦୋକାନ ବଜାର ଓ ପ୍ରତି ୱାର୍ଡ ଘର ଘର କୁ ଯାଇ ବିଜ୍ଞାପିତ ଅଞ୍ଚଳ କର୍ମଚାରୀ, ଆଶା, ଅଙ୍ଗନବାଡ଼ି କର୍ମୀ ଜାତୀୟ ପତାକା ବଣ୍ଟନ କରିଥିବା ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ କାଉନସିଲର,ଵିଜ୍ଞାପିତ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.