ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ଗଞ୍ଜେଇ ସହ ପଲସର ବାଇକ ଜବତ ଜଣେ ଗିରଫ…

add-all

ଚିତ୍ରକୋଣ୍ଡା :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ଥିତ ଏସ୍.ଆର୍. ଛକ ଠାରୁ ବଡ଼ପଦର ମଧ୍ୟରେ ପୋଲିସ ଏକ ବେନାମୀ ପଲସର ଗାଡ଼ି ସହ ୩୭ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ସକାଳ ୯.୩୯ ମିନିଟରେ ଚିତ୍ରକୁଣ୍ଡା ଥାନା ଏସ୍.ଆଇ. ବିଜୟ କୁମାର ମାଝୀଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସର ଏକ ଟିମ ବଡ଼ପଦର, ଏସ୍.ଆର୍. ଛକ, ରେଖାପାଲି, ଲାମ୍ବାସିଙ୍ଗ ଓ ବନଗୁରୁ କଲୋନୀ ଅଞ୍ଚଳରୁ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ବେନାମୀ କଳା ରଙ୍ଗର ପଲସର ଗାଡ଼ି ପଛ ପଟେ ବାନ୍ଧିଥିବା କିଛି ଜରି ବ୍ୟାଗ ଦ୍ରୁତ ଗତିରେ ପଳାଇ ଯାଉଥିବା ଦେଖି ପୁଲିସ ସନ୍ଧେହ କରି ଅନ୍ୟ ପୁଲିସ କର୍ମଚାରୀ ଙ୍କୁ ଜଣାଇ ଅଟକାଇ ଥିଲା । ଖାନ ତଲାସି କରି ବେନାମୀ ପଲସର ବାଇକ ସହିତ ଦୁଇଟି ଜରି ବ୍ୟାଗ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଏହା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ ଚିତ୍ରକୋଣ୍ଡା ଥାନା କେଶ ନମ୍ବର-୯୯/୨୦୨୨ ଅନୁଯାୟୀ, ମିଳିଥିବା ଦୁଇଟି ଗଞ୍ଜେଇ ବ୍ୟାଗରୁ ୩୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଓ ପଲସର ଗାଡ଼ି ଜବତ କରି ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟ ଭିଡାସା ଜିଲ୍ଲା ଅନ୍ତର୍ଭୁକ୍ତ ମେହୁର ଖାଡ଼ି ଗ୍ରାମର ରଣବିର ସିଙ୍ଗ ଡ଼ାଙ୍ଗି ର ପୁଅ ଶୁଭମ ଡ଼ାଙ୍ଗି, ବୟସ ୨୧ । ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ମଧ୍ୟପ୍ରଦେଶକୁ ଚାଲାଣ କରାଯାଉଥିଲା l ବେନାମୀ ଗାଡ଼ି ଏବଂ ବିନା ଲାଇସେନ୍ସରେ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ କରାଯାଉଥିଲା l

ad-week
Leave A Reply

Your email address will not be published.