ଚିତ୍ରକୋଣ୍ଡାରେ ପ୍ରଦେଶ କଂଗ୍ରସର ସ୍ୱାଧୀନତାର ଗୌରବ ଯାତ୍ରା…

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ମାଲକାନଗିରି ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗଉଡ଼, ରାଜ୍ୟ ଯୁବ କଂଗ୍ରେସ କୋଷାଧ୍ୟକ୍ଷ ତଥା ଜିଲ୍ଲା ଯୁବ ସଭାପତି ଇସାକ ଖସଲା,ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ଅଂଚଳର ବହୁ କଂଗ୍ରେସ କର୍ମୀଙ୍କୁ ନେଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜାତୀୟ କଂଗ୍ରେସର ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଅଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରସ କର୍ମି ମାନେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚଘାଟ ଠାରୁ ପଦ ଶୋଭାଯାତ୍ରା ମାଧ୍ୟମରେ ଡାକ ବାଜି ଯନ୍ତ୍ର ସହାୟତାରେ ହାତରେ ତ୍ରିରଙ୍ଗା ପତାକା ଏବଂ କଂଗ୍ରସ ପତାକା ଧରି ବିଭିନ୍ନ ସ୍ଲୋଗାନ ଯଥା ଭାରତ ମାତାକି ଜୟ,ଭାରତକୁ ସ୍ୱାଧୀନତା ଦେଇଛି କିଏ,ମହାତ୍ମାଗାନ୍ଧୀ ଅମର ରହେ ଭଳି ବହୁ ସ୍ଲୋଗାନ ସହ ଲଞ୍ଚ ଘାଟ ଠାରୁ ଟେମ୍ପରାରି କଲୋନୀ, ଓସିସି କଲୋନୀ ତଥା ଅପରେଟ କଲୋନୀ ଦେଇ ଚିତ୍ରକୋଣ୍ଡା ସହର ପରିକ୍ରମା କରି ସ୍ୱାଧୀନତାର ଗୌରବ ଯାତ୍ରା ବାଣ୍ଟିଥିଲେ l ଚିତ୍ରକୋଣ୍ଡା ଆମ୍ବେଦକର ଛକ ଠାରେ ଏକ ସାଧାରଣ ସଭା କରି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରେ ଭାରତୀୟ ପ୍ରଦେଶ କଂଗ୍ରେସର ନିର୍ଦ୍ଦେଶରେ ଆଜି ସାରା ରାଜ୍ୟରେ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ କରାଯାଉଛି l ସ୍ୱାଧୀନତାର ଇତିହାସ,ସ୍ୱାଧୀନତା ପାଇଁ କଂଗ୍ରେସ ଦଳର ଭୂମିକା,ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ପୂର୍ବରୁ ଚିତ୍ରକୋଣ୍ଡା ବି.ଡ଼ି.ଓ. ଙ୍କୁ କଂଗ୍ରେସ ଦଳ ତରଫରୁ ଚିତ୍ରକୋଣ୍ଡା ଅଞ୍ଚଳର ଦିଆଯାଇଥିବା ବାର ଦଫା ଦାବି ସମ୍ପର୍କରେ ବି.ଡ଼ି.ଓ. ଙ୍କ ପାଖକୁ ଯାଇ ଦାବି ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା l ବି.ଡ଼ି.ଓ. ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଦାବି ଗୁଡ଼ିକୁ ଅବଗତ କରାଇଛନ୍ତି ଏବଂ କେତେକ ଦାବିର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l

ad-week
Leave A Reply

Your email address will not be published.