
ହିଞ୍ଜିଳିକାଟୁ ୧୬।୮: ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ରୋଗୀ କଲ୍ୟାଣ ସମିତି ର ପ୍ରଥମ ବୈଠକ ମଙ୍ଗଳବାର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଚିକିତ୍ସାଧିକାରୀଣୀ ଡ଼ ପ୍ରତିଭା ପାତ୍ର ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଉପାଧ୍ୟକ୍ଷ ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ସମ୍ପାଦକ ଭାବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଡଃ ପ୍ରତିଭା ପାତ୍ର ଓ କମିଟି ସଦସ୍ୟ ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ବିଜେଡି ନେତା ଦେବାନନ୍ଦ ମହାପାତ୍ରଙ୍କ ସହ ସାରୁ ଓ ପୋଚିଲିମା ପଞ୍ଚାୟତ ର ସରପଂଚ ଙ୍କୁ ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ବୈଠକରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଯୋଗୁଁ ଆୟ ବ୍ୟୟ ଅଟକଳ ଧାର୍ଯ୍ୟ ପରେ ଟଙ୍କା ଉଠାଣ ନିମନ୍ତେ କ୍ଷମତା ପ୍ରଦାନ କରିବା ପାଇଁ ସରକାରଙ୍କ ନୀତିନିୟମ ଅନୁଯାୟୀ ସିଡିଏମଓ ଙ୍କୁ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଗତ ବର୍ଷ ଆୟ ବ୍ୟୟ ବରାଦ କରାଯାଇଛି। ଆଗାମୀ ବର୍ଷ ନିମନ୍ତେ ରୋଗୀ କଲ୍ୟାଣ ସମିତି ପରିଚାଳନା ନିମନ୍ତେ ୬ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ନିମନ୍ତେ ୧୦ ଲକ୍ଷ ଟଙ୍କା ମୋଟ ୧୬ ଲକ୍ଷ ଟଙ୍କା ବଜେଟ କରାଯାଇଛି। ଡାକ୍ତରଖାନା ରେ ଅଧିକ ଶର୍ଯ୍ୟା ଓ ଷ୍ଟାଫ ବଢାଇବା ନିମନ୍ତେ ଆଲୋଚନା ହୋଇଥିଲା। ବୈଠକରେ ଡା ମାଧବ ଚନ୍ଦ୍ର ସାହୁ, ଡା ଦୁର୍ଗା ପ୍ରସାଦ ପଣ୍ଡା ଓ ଅନ୍ୟ ଡାକ୍ତର କର୍ମଚାରୀ ଉପସ୍ଥିତ ଥିଲେ। ଡାକ୍ତରଖାନା କର୍ମଚାରୀ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।