ଧମକ ଦେଇ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ କରୁଥିବା ନକଲି ମାଓବାଦୀ ଗିରଫ

add-all

ମାଲକାନଗିରି, ୧୬।୮ : ମାଲକାନଗିରି ପୁଲିସ ଦ୍ଵାରା ଜଣେ ନକଲି ନକ୍ସଲକୁ ଗିରଫ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ବୈପାରିଗୁଡା ଗ୍ରାମର କୁମ ଗଲୋରୀ ନାମକ ବ୍ୟକ୍ତି ମାଲକାନଗିରିର ବାସିନ୍ଦା କେ.ରାମୁ ନାମକ ବ୍ୟବସାୟୀଙ୍କୁ ନକ୍ସଲ ନାମରେ ଭୟ ଦେଖାଇବା ସହ ୧୦ ଲକ୍ଷ ଏବଂ ମାଓବାଦୀଙ୍କ ପାଇଁ ୨୫ ହଳ ପୋଷାକ, ଜୋତା ଦେବା ପାଇଁ ଦାବି କରି ଏହାକୁ ନ ମାନିଲେ ଦଣ୍ଡ ଭୋଗିବା ନେଇ ଧମକ ମଧ୍ୟ ଦେଉଥିଲା। ଏନେଇ କେ. ରାମୁ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରି କୁମ ଗଲୋରିର ଫୋନକୁ ପୁଲିସ ଟ୍ରାକ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ବେସ ଚର୍ଚା ହେଉଥିବା ବେଳେ ସେ ପ୍ରକୃତରେ ଜଣେ ମାଓବାଦୀ ନୁହେଁ ବୋଲି ଜଣାପଡିଛି ।

ad-week
Leave A Reply

Your email address will not be published.