ହିଞ୍ଜିଳିକାଟୁ : ବିଭିନ୍ନ ବିଦ୍ୟାଳୟ ଓ ବିଷ୍ଟ୍ନୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଓ ଵ୍ଳକର ବିଭିନ୍ନ ବିଦ୍ୟାଳୟ ଓ ବିଷ୍ଟ୍ନୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି ।ପୂରପଲ୍ଲୀରେ ଏହି ଊତ୍ସଵ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ ।ଏହି ଅବସରରେ ହିଞ୍ଜିଳିକାଟୁ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ଡ଼ ଏଲ କାମେଶ୍ବର ରାଓ ଶ୍ରୀ କୃଷ୍ଣ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଗୁରୁବାର ପୂର୍ବାହ୍ନରେ ଏ ପତିତ ପାବନ ଆଚାରୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନର ମହତ୍ତ୍ୱ ବୁଝାଇଥିଲେ। ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରଙ୍ଗାରଙ୍ଗ ବେ ହୋଇ ଆଧ୍ୟାତ୍ମିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ର ଅଂଶ ଗ୍ରହଣ କରିଥିବା କୁନୀ କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ଦିଆଯାଈଥିଲା। ଏହି ଅବସରରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.